ଓଡ଼ିଶା

ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ଯାଏଁ ଚାଲିବ ବିଧାନସଭା ଅଧିବେଶନ

ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ । ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ଯାଏଁ ଚାଲିବ ଅଧିବେଶନ । ଏହି ଅଧିବେଶନରେ କାମଚଳା ବଜେଟ ଆଗତ ହେବ ।ସୂଚନା ଅନୁଯାୟୀ, ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ଅଟେ । ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ୫ ତାରିଖରେ ପ୍ରଥମେ ରାଜ୍ୟପାଳ ଅଭିଭାଷଣ ରଖିବେ ।

ଏହାପରେ ୮ ତାରିଖ ଦିନ କାମଚଳା ବଜେଟ୍‌ ଉପସ୍ଥାପନ ହେବ । ତେବେ ଏହି ଅଧିବେଶନଟି ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗକୁ ନିର୍ବାଚନ ଥିବାରୁ ଉଭୟ ଉଭୟଙ୍କ ବିପକ୍ଷରେ ବିଧାନସଭାରେ ଘେରିବାକୁ ପ୍ରସ୍ତୁତ ରହିବେ । ଅଧିବେଶନ ଶେଷ ଦିନ ସମସ୍ତ ବିଧାୟକଙ୍କର ଫଟୋ ସେସନ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com