Breaking NewsFeaturedଓଡ଼ିଶା

କେବେ ଗିରଫ ହେବେ ସୋନିଆ ତ୍ରିପାଠୀ ?

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଧର୍ମକୁ ଆଖିଠାର ପରି charge sheet ରେ ଯଥେଷ୍ଟ ପ୍ରମାଣ ଠକମାନଙ୍କ ବିରୁଦ୍ଧରେ ଥାଇ ସୁଦ୍ଧା EOW ସୋନିଆ ତ୍ରିପାଠୀ ଓ ଅନ୍ୟ ଅପରାଧୀମାନଙ୍କୁ ଗିରଫ ନ କରିବା ସାଧାରଣରେ EOW ର ବିଶ୍ୱାସନୀୟତା ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗୁଆ ଜାମିନ ଖାରଜ ଏବଂ NBW ଜାରି ସତ୍ତ୍ୱେ EOW କିମ୍ବା କମିଶନରେଟ ପୋଲିସ ଅପରାଧୀ ମାନଙ୍କୁ ୩୦ମାସ ପରେ ମଧ୍ୟ ବାନ୍ଧିବାକୁ ସକ୍ଷମ ନ ହେବାର କାରଣ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅପରାଧୀମାନେ ସବୁ ସମୟରେ ଫୋନ ବ୍ୟବହାର କରୁଥିବାର ତଥ୍ୟ CDR ରେ ଥିଲେ ମଧ୍ୟ DCP ଅପରାଧୀ ମାନଙ୍କୁ ପଳାତକ ବୋଲି ଘୋଷଣା କରି NHRCରେ ରିପୋର୍ଟ ଦାଖଲ କରିଛନ୍ତି। କହିରଖିବା ବାହୁଲ୍ୟ ଯେ କମିଶନରେଟ ପୋଲିସ ୧୭ମାସ ମଧ୍ୟରେ ଠକ ରାଜୀବ କୁ ବାନ୍ଧିବାକୁ ବିଫଳ ହୋଇଥିବାବେଳେ EOW ତାକୁ ସମାନ ଠିକଣାରୁ ଏକ ମାସ ମଧ୍ୟରେ ବାନ୍ଧି କମଶନରେଟ୍ ପୋଲିସର ଦକ୍ଷତା ଉପରେ କାଳ ଛିଟ ପକାଇଥିଲା।

ସମୟ ସହ ତାଳ ଦେଈ ସୋନିଆ ଏବଂ ସହ ଅପରାଧୀଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ ହେଲାଣି। ଅଭିଳାଷ ମଣିଆ ଠକ ମାନଙ୍କ ବିରୁଦ୍ଧରେ ଠକାମୀ ଅପରାଧ ଜନିତ ଏବଂ ଜଣେ ବରିଷ୍ଠ ସମ୍ବାଦ ମାଲିକ ହତ୍ୟା ଧମକ ଲାଗି ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଥିଲେ ସୁଦ୍ଧା ଅପରାଧୀ ମାନଙ୍କର ଉମା ଦାସଙ୍କ ସମ୍ପର୍କ ଯୋଗୁଁ ପୋଲିସ ଚୁପ ବସିଥିବାର ଚର୍ଚ୍ଚା ଜୋର୍ ଧରିଛି ।

ସ୍ବାମୀ ରାଜୀବଙ୍କୁ ଜେଲ୍ ରୁ ଅନ୍ତରୀଣ ଜାମିନରେ ଆଣିବାକୁ ଚେଷ୍ଟା କରି ସହ ଅପରାଧୀ ସୋନିଆ ହାଇ କୋର୍ ରେ ବଡ଼ ମେଡିକାଲର ଜାଲ ଦସ୍ତାବିଜ ଦେଇ ଧରାପଡ଼ି ହରଡ଼ଘଣାରେ ପଡିଛନ୍ତି । ବିଧାନସଭାରେ ବାରମ୍ବାର ପ୍ରଶ୍ନ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ସତ୍ବେ ସୋନିଆ ଏବଂ ଅନ୍ୟ ଅପରାଧୀମାନେ ବନ୍ଧା ନହେବା ଏବଂ ଅପରାଧୀ ମାନଙ୍କର ବାଙ୍କ ଆକାଣ୍ଟାଣ୍ଟ ଅଚଳ ନହେବା ମୁଖ୍ୟ ମନ୍ତ୍ରୀ ଓ ୫T ଅଧକ୍ଷଙ୍କ ଅପରାଧୀ ମାନଙ୍କ ବିରୁଦ୍ଧରେ ଥିବା ଶୂନ୍ୟ ସହନଶୀଳତା ନୀତି ଉପରେ ଗଭୀର ପ୍ରଶ୍ନ ସୃଷ୍ଟି କରିଛି। ମୂଖ୍ୟ ମନ୍ତ୍ରୀ ଏବଂ ୫T ଅଧକ୍ଷ ମାମଲାରେ ତୁରନ୍ତ ହସ୍ତକ୍ଷେପ ପୂର୍ବକ ଅପରାଧୀ ମାନଙ୍କୁ ବାନ୍ଧିବା, ଆକାଉଣ୍ଟ ଅଚଳ କରିବା ଏବଂ ସର୍ବପୋରି ଅପରାଧୀ ମାନଙ୍କୁ ସହଯୋଗ କରି ଆସୁଥିବା ପୋଲିସ ଅଫିସର ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବାକୁ ସାଧାରଣରେ ଦାବି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com