ଓଡ଼ିଶା

ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ନୋ ମାସ୍କ ନୋ ଏଣ୍ଟ୍ରି , ସୁରକ୍ଷାରେ ରହିବେ ୬୨ ପ୍ଲାଟୁନ୍ ଫୋର୍ସ

କରୋନା କଟକଣା କୋହଳ ହୋଇଥିଲେ ବି କଟକ ବାରବାଟୀ ମ୍ୟାଚ୍ ରେ କିନ୍ତୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । କୌଣସି ଦର୍ଶକ ବିନା ମାସ୍କରେ ଷ୍ଟାଡ଼ିୟମ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏଥିନେଇ ଟିକେଟ୍‌ରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖାଯାଇଛି ।  କେବଳ ଦର୍ଶକ ନୁହନ୍ତି ଷ୍ଟାଡିୟମ୍‌ରେ ମୁତୟନ ପୋଲିସ ମଧ୍ୟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।  କଟକର ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଡିସିପି ପିନାକ ମିଶ୍ର ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଷ୍ପଷ୍ଟ କରିଛନ୍ତି ଯେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇହେବ ନାହିଁ। ଏହାସହ ମ୍ୟାଚ୍ ବକ୍ସ, ହେଲ୍‌ମେଟ୍, ବ୍ୟାଗ ମଧ୍ୟ ଷ୍ଟାଡିୟମ ଭିତରକୁ ଅନୁମତି ନାହିଁ। ଖୁଚୁରା ପଇସା ନଆଣିଲେ ଭଲ ବୋଲି ସେ  କହିଛନ୍ତି। ଏହି ମ୍ୟାଚ୍ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଇନ୍ସପେକ୍ଟର, ୨୭୦ SI   ରାଙ୍କ୍ ଅଧିକାରୀ, ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ମୁତୟନ ହେବେ। ଅପରାହ୍ଣ ୩ଟାରେ ବାରବାଟୀ ଷ୍ଟାଡିୟମର ଗେଟ ଖୋଲିବ।

Related Articles

Back to top button
WP Twitter Auto Publish Powered By : XYZScripts.com