ଅନ୍ୟାନ୍ୟ

କିଡନୀ ଦେଲେ ହେଲେ ସ୍ୱାମୀଙ୍କୁ ମିଳିଲାନି ଚାକିରୀ ! ପୋଲିସ କରୁଛି ଘଟଣାର ତଦନ୍ତ

ଭୁବନେଶ୍ୱର: କିଡନୀ ଦେଲେ ସ୍ୱାମୀଙ୍କୁ ମିଳିବ ଚାକିରୀ । ଏଭଳି କହି ଠକିଦେଲେ ଠକ। ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ହରିୟାଣାର ଫରିଦାବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ସେ ତାଙ୍କ ସ୍ୱାମୀଙ୍କ ଫେସବୁକ ଆକାଉଣ୍ଟରେ କିଡନୀ ଦାନ ପାଇଁ ଏକ ବିଜ୍ଞାପନ ଦେଖିଥିଲେ। ମହିଳା ଜଣକ ବିଜ୍ଞାପନ ଦେଖିବା ପରେ ok ବୋଲି ଲେଖିଦେଇଥିଲେ । ଏହା ପରେ ଅଭିଯୁକ୍ତ ମହିଳାଙ୍କ ସହ ଯୋଗାଯୋଗ କରିଥିଲା। ମହିଳା ଜଣକ କହିଛନ୍ତି ପରବର୍ତ୍ତୀ ସମୟରେ ତାଙ୍କ କିଡନୀ ଦାନ କରିବାକୁ ମନା କରିଦେଇଥିଲେ, କିନ୍ତୁ ଅଭିଯୁକ୍ତ ଜଣକ ତାଙ୍କ କିଡନୀ ବଦଳରେ ତାଙ୍କ ସ୍ୱାମୀଙ୍କୁ ସରକାରୀ ଚାକିରି ଦେବ ବୋଲି ପ୍ରତିଶୃତି ଦେଇଥିଲା।

ଅଭିଯୁକ୍ତ ପୀଡିତାଙ୍କ ପତ୍ନୀଙ୍କ ନାମରେ ନକଲି ଦଲିଲ ତିଆରି କରିଥିଲା। ଅଗଷ୍ଟ ୨୦୨୨ ରେ, QRG ହସ୍ପିଟାଲର କର୍ମଚାରୀଙ୍କ ସହ ମହିଳାଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା। ହେଲେ ମହିଳାଙ୍କ ସ୍ୱାମୀଙ୍କୁ ଆଉ ଚାକିରି ମିଳିନଥିଲା । ଏବେ ପୀଡିତା ମହିଳାଙ୍କ ଅଭିଯୋଗ ପାଇବା ପରେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Related Articles

Back to top button
WP Twitter Auto Publish Powered By : XYZScripts.com