ଅନ୍ୟାନ୍ୟ

ନବ ବିବାହିତା ମହିଳାଙ୍କୁ ଅସଦାଚରଣ ଘଟଣାରେ ମାଡ଼ ଖାଇଲେ ବଙ୍ଗାଳୀ ଯୁବକ

ବ୍ରହ୍ମପୁର, ୧୫/୧୧/୨୦୨୨-  ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ସିଙ୍ଗି ବନ୍ଧ ନିକଟସ୍ଥ ଶୌଚାଳୟରେ ଜଣେ ନବ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗ । ଅସଦାଚରଣ ବେଳେ ଆକ୍ରମଣ କରିଥିବା ଜଣେ ବଙ୍ଗାଳୀ ଯୁବକଙ୍କୁ ନୁସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ଆଇନୀଜୀବୀ ଦୁର୍ଗା ମାଧବ ସାବତଙ୍କ ସମେତ ସ୍ଥାନୀୟ ଲୋକମାନେ ପୁଲିସରେ ଜିମା ଦେଇଚନ୍ତି । ପୁଲିସ ବଙ୍ଗାଳୀ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି ।

ସୋମବାର ସକାଳ ୮ଟା ସମୟରେ ନବ ବିବାହିତା ମହିଳା ଶୌଚାଳୟକୁ ଯାଇଥିବା ବେଳେ ଜଣେ ବଙ୍ଗାଳୀ ଯୁବକ ଜଣକ ଶୌଚାଳୟକୁ ଯାଇ ଶୌଚାଳୟର କବାଡ଼ ପକାଇ ସେହି ମହିଳାଙ୍କୁ ଜୋର ଜବରଦସ୍ତ କରିଥିଲେ । ମହିଳା ଜଣକ ପାଟି କରିବାକୁ ଯୁବକ ଜଣକ ତାଙ୍କୁ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନଥିଲେ । ଯାହାଫଳରେ ମହିଳାଙ୍କ ପାଟିରୁ ରକ୍ତ ବାହାରିଥିଲା । ପରେ ମହିଳା ଜଣଙ୍କ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଲୋକମାନେ ସଂପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ଏପରିକି ଲୋକମାନେ ସେହି ଯୁବକଙ୍କୁ ଏକ କୋଠରୀ ଘରେ ରଖି ମାଡ ମଧ୍ୟ ମାରିଥିଲେ । ବଙ୍ଗାଳୀ ଯୁବକ ଅସଦାଚରଣ ସହ ଆକ୍ରମଣ କରିଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ବଙ୍ଗାଳୀ ଯୁବକ ଜଣକ କେଶବ ନଗର ଠାରେ ଏକ ଘରର କାମ କରିବାକୁ ଆସିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com