ଅନ୍ୟାନ୍ୟ

ଅଧରାତିରେ ସାହାଯ୍ୟ କଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର, ୧୩/୦୩/୨୦୨୩ –  ଭୁବନେଶ୍ୱରର ୱାର୍ଡ ନଂ ୧୩, ସିଅନ ଶ୍ରମିକ ବିଜୁ ଆଦର୍ଶ କଲୋନିର ୭୭ ବର୍ଷିୟ ବାସିନ୍ଦା ଦ୍ଵିଜବର ସାହୁ । ସେ ଏକ ଛୋଟ ବାସନ ଦୋକାନ ଏବଂ ପରିବା ବିକ୍ରିକରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ଗତ ୭ ମାସ ପୂର୍ବେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ମାତ୍ର ମାର୍ଚ୍ଚ ୧୨ ତାରିଖ ରାତିରେ ହଠାତ୍ ତାଙ୍କର ଦେହାନ୍ତ ହୋଇଗଲା । ତାଙ୍କର ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡ଼ିଥିଲେ ଏବଂ ଶେଷ ରୀତିନୀତି କିପରି କରିବେ ହତାଶ ହୋଇ ପଡ଼ିଥିଲେ । ଘଟଣା ସମ୍ପର୍କରେ ୱାର୍ଡ ନମ୍ବର ୧୩ କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସ ଜାଣିବା ପରେ ‘ଓଡିଶା-ମୋ ପରିବାର’ ସଦସ୍ୟ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିଥିଲେ।

ଏହା ଜାଣିବା ପରେ, ରୁଦ୍ର ନାରାୟଣ ତୁରନ୍ତ ପଦକ୍ଷେପ ନେଇ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଦ୍ଵିଜବରଙ୍କର ଶବକୁ ସତ୍ୟନଗର ଶ୍ମଶାନକୁ ନେଇଥିଲେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com