ଅନ୍ୟାନ୍ୟ

ନୂଆବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼

ଭୁବନେଶ୍ୱର, ୩୧/୧୨/୨୦୨୨-    ନୂଆବର୍ଷ ପାଇଁ ଚଳଚଞ୍ଚଳ ହୋଇଛି ଗାଁ ଠୁ ସହର । ଏଥର ନୂଆବର୍ଷ ପାଇଁ କୌଣସି କଟକଣା ନଥିବାରୁ ସମସ୍ତେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଥିବା ବେଳେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ଏଥିସହିତ ଗାଡି ପାର୍କିଂ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ରବିବାର ପର୍ଯ୍ୟନ୍ତ ବଡଦାଣ୍ଡରେ ଉଠା ଦୋକାନୀଙ୍କୁ ବାରଣ କରାଯାଇଛି । ଯାହାଫଳରେ ଭକ୍ତମାନେ ସୁରକ୍ଷିତ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com