ଅନ୍ୟାନ୍ୟ

ଆଖି ବୁଜିଲା ଭାରତୀୟ ସେନାର କୁକୁର ଜୁମ

ନୂଆଦିଲ୍ଲୀ, ୧୩ /୧୦/୨୦୨୨ –   ଭାରତୀୟ ସେନାର କୁକୁର ଜୁମର ମୃତ୍ୟୁ ହୋଇଛି । ଗତ ଅକ୍ଟୋବର ୧୦ରେ ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ କରି ଗୁଳି ଖାଇଥିଲା । ତଥାପି ଆତଙ୍କୀଙ୍କୁ ଛାଡିନଥିଲା । ଦୁଇଟି ଗୁଳି ଲାଗିବା ସହ ଗୋଡ ଭାଙ୍ଗିବା ଯୋଗୁଁ ଗୁରୁତର ଆହତ ହୋଇଥିଲା ଜୁମ । ସେ  ସୁସ୍ଥ ହୋଇଯିବା ଆଶା କରାଯାଉଥିଲା  ମାତ୍ର ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯାଇଥିଲା । ମୃତ୍ୟୁ ସହ ୪ ଦିନ ସଂଘର୍ଷ ପରେ ଗୁରୁବାର  ଦିନ ୧୨ଟାରେ ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଛି । ଜୁମ୍ ‘ଅପରେସନ୍ ତାଙ୍ଗପାୱାସ’ କମ୍ବାଟ୍ ଟିମର ଏକ ଅଂଶ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com