ଅନ୍ୟାନ୍ୟ

ମେଡିକାଲ ସିକ୍ୟୁରିଟିଙ୍କ ଦାଦାଗିରି

ରୋଗୀଙ୍କୁ ପିଟି କଲେ ଆହତ

 ଯାଜପୁର, ୨୦/୦୮/୨୦୨୨-   ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ସିକ୍ୟୁରିଟି କର୍ମଚାରୀ ଜନୈକ ରୋଗୀଙ୍କୁ ମାଡ ମାରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କୋଳିଅଠା ଅଂଚଳର ଜନୈକ ବ୍ୟକ୍ତି ନିଜ ଚିକିତ୍ସା ପାଇଁ ଶନିବାର ବଡ଼ଚଣା ମେଡିକାଲକୁ ଆସିଥିଲେ । ଡାକ୍ତରଙ୍କୁ ଦେଖା କରିବାକୁ ନେଇ ମେଡିକାଲରେ ଥିବା ସିକ୍ୟୁରିଟିଙ୍କ ସହ ତାଙ୍କର ବଚସା ହୋଇଥିଲା । ଯାହାକୁ ନେଇ ମେଡିକାଲରେ ଥିବା ସିକ୍ୟୁରିଟିମାନେ ରୋଗୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ । ମେଡିକାଲର ସୁରକ୍ଷା ପାଇଁ ସିକ୍ୟୁରିଟି ରହିଥିବା ବେଳେ କେଉଁଭଳି ରୋଗୀଙ୍କୁ ମାଡ଼ ମାରି ସୁରକ୍ଷା ଭଙ୍ଗ କରୁଛନ୍ତି ତାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ସିକ୍ୟୁରିଟିଙ୍କ ଏଭଳି ଗୁଣ୍ଡାଗିରିର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହି ଘଟଣାକୁ ନେଇ ବଡ଼ଚଣା ପୋଲିସ ମେଡିକାଲରେ ପହଁଞ୍ଚି ଉଭୟଙ୍କୁ ପଚରା ଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com