ଅନ୍ୟାନ୍ୟ

ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇଲେ ଭାରତୀୟ ସେନା

ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ବିଏସଏଫର ୧୧୩ ବାଟାଲିୟନ ଆଜି ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଏକ ପାକିସ୍ତାନୀ ଡ୍ରୋନକୁ ମାରି ତଳେ ପକାଇ ଦେଇଛନ୍ତି । ଡ୍ରୋନଟି ଖସି ପଡ଼ିଥିବା ସ୍ଥାନରେ ବିଏସଏଫ ଏବଂ ପୋଲିସ ଦ୍ୱାରା ସର୍ଚ୍ଚ ଅଭିଯାନ ଚାଲୁ ରହିଛି । ତେବେ ଡ୍ରୋନରୁ ହେରୋଇନ ଏବଂ ଅସ୍ତ୍ରଶସ୍ତ୍ରର ବଡ଼ ସାମଗ୍ରୀ ମିଳିବାର ସମ୍ଭାବନା ଦାବି କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଅସ୍ପଷ୍ଟ ରହିଛି ।

ଶନିବାର ରାତି ୯.୧୫ ମିନିଟରେ ବିଏସଏଫର କନେଷ୍ଟବଳ ହେମରାତ ଆକାଶରେ କିଛି ସନ୍ଦିଗ୍ଧ ଉଡୁଥିବାର ଦେଖିଥିଲେ । ଏହାପରେ ସେ ପାଏରିଂଗ କରିବାକୁ ଆରମ୍ଭ କଲେ । ତେବେ ଶନିବାର ଦିନ ବିଳମ୍ବିତ ରାତିରେ ବିଏସଏର ୧୧୩ ବାଟାଲିୟନ ପାକିସ୍ତାନୀ ଡ଼୍ରୋନକୁ ଗୁଳି ଚଳାଇ ମାଟିରେ ପକାଇ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com