ଅନ୍ୟାନ୍ୟ

ସବୁ ହସ୍ପିଟାଲରେ ରହିବ ବାୟୋମେଟ୍ରିକ ବ୍ୟବସ୍ଥା

ଭୁବନେଶ୍ୱର, ୦୨/୦୩/୨୦୨୩ –     ଏଣିକି ଡାକ୍ତର, ନର୍ସ, ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥାନ ରେକର୍ଡ କରିବା ପାଇଁ ସବୁ ହସ୍ପିଟାଲରେ ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ରାଜ୍ୟର ସବୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜରେ ଏହା ଲାଗିବ । ପରବର୍ତ୍ତି ସମୟରେ ସବୁ PHC ଓ CHCରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ଏହାଦ୍ୱାରା ବାରମ୍ବାର ସରକାରୀ ହସ୍ପିଟାଲରେ ଡାକ୍ତର ଉପସ୍ଥିତ ନ ରହିବା ଭଳି ଯେଉଁ ଅଭିଯୋଗ ଆସୁଥିଲା ତାହା ଉପରେ ନଜର ରଖାଯାଇ ପାରିବ । ଏଥିସହିତ ଚଳିତ ବର୍ଷ ୫ ହଜାର ଡାକ୍ତର, ୯ ହଜାର ଷ୍ଟାଫ ନର୍ସ ମଧ୍ୟ ନିଯୁକ୍ତି ପାଇବେ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com