ଅନ୍ୟାନ୍ୟ

BJB କଲେଜରେ ଛାତ୍ରଙ୍କୁ ଆକ୍ରମଣ

 ଭୁବନେଶ୍ୱର, ୦୪/୦୧/୨୦୨୩ –    ଭୁବନେଶ୍ୱରର BJB କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ଆକ୍ରମଣରେ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଆହତ ହୋଇଛନ୍ତି । ପ୍ରେମ ବ୍ୟାପାରକୁ ନେଇ ଏହି ମାରପିଟ ହୋଇଥିବା ଜଣାପଡ଼ିଛି । ଆହତ ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଛାତ୍ରଙ୍କ ପରିବାର ପକ୍ଷରୁ ବଡଗଡ଼ ଥାନାରେ ଏ ନେଇ ଅଭିଯୋଗ କରାଯାଇଛି ।

ତେବେ ଏହି ଘଟଣାର ଭିଡ଼ିଓ ଏବେ ଭାଇରଲ ହେଉଛି । କିଛି ଛାତ୍ର ୟୁନିଫର୍ମରେ ଥିବାବେଳେ ଆଉ କିଛି ବିନା ୟୁନିଫର୍ମରେ ଥିବା ଛାତ୍ର ମାଡ ମାରୁଥିବା ଦେଖିବାକୁ ମିଳିଛି । ଏହି ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com