ଅନ୍ୟାନ୍ୟ

ଦିଲ୍ଲୀ ଦଙ୍ଗା ଘଟଣାରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହାଇକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଦିଲ୍ଲୀ ଦଙ୍ଗା ଘଟଣା ଏବେ ପୁଣି ସରଗରମ ହୋଇଯାଇଛି । ଘଟଣାରେ ବଡ ବଡ ରାଜନୈତିକ ହସ୍ତୀଙ୍କୁ ସମନ୍‌ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛନ୍ତି ଅଦାଲତ । ନୋଟିସ୍‌ ଜାରି କରି କୋର୍ଟ କହିଛନ୍ତି, ‘ଦିଲ୍ଲୀ ଦଙ୍ଗା ଘଟଣାରେ କାହିଁକି ପକ୍ଷଭୁକ୍ତ କରାନଯାଇ ତଦନ୍ତ କରାନଯିବ ଏବଂ ମକଦ୍ଦମା ଚାଲୁ କରାଯିବ ନାହିଁ ତାର ଜବାବ ଦିଅ’।
ସୋନିଆ ଗାନ୍ଧି ଏବଂ ରାହଲ ଗାନ୍ଧିଙ୍କ ବ୍ୟତିତ ପ୍ରିୟଙ୍କା ଗାନ୍ଧିଙ୍କୁ ନୋଟିସ୍‌ ଜାରି କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ବିଜେପି ନେତା କପିଲ ମିଶ୍ରା, ବିଜେପି ସାଂସଦ ପରେବଶ ବର୍ମାଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା ମାର୍ଚ୍ଚ ୪ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।
ନର୍ଥ ଇଷ୍ଟ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ଇତି ମଧ୍ୟରେ ୨ ବର୍ଷ ବିତିସାରିଛି । ୨୦୨୦ ଫେବୃଆରୀ ୨୬ ତାରିଖ ଯାଏଁ ରକ୍ତ ରଞ୍ଜିତ ହୋଇଥିଲା ଉତ୍ତର-ପୂର୍ବ ଦିଲ୍ଲୀ । ବିଭିନ୍ନ ସ୍ଥାନରେ ହତ୍ୟା, ଲୁଟପାଟ୍‌ ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଥିଲା । ଦଙ୍ଗାରେ ମୋଟ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୮୧ ଜଣ ଆହତ ହୋଇଥିଲେ । ଘଟଣାରେ ମୋଟ ୭୫୫ ଟି ମାମଲା ରୁଜୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com