ଓଡ଼ିଶା

ଆସନ୍ତାକାଲିଠୁ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଦୁଇ ଦିନ ଧରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ବର୍ଷା ସହ ଘଡଘଡି ହୋଇପାରେ । ୪ ତାରିଖରେ ବର୍ଷା ଟିକେ ବଢିବ ବୋଲି ଜଣାପଡ଼ିଛି । ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ ।କେନ୍ଦ୍ର ତେବେ ୫ ତାରିଖ ବେଳକୁ ପାଗ ଶୁଖିଲା ରହିବ ।

ଏପଟେ ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ କୁହୁଡି ପଡିପାରେ ।

ସେସବୁ ଜିଲ୍ଲାଗୁଡିକ ହେଲା ରାୟଗଡା, ଗଜପତି, କୋରାପୁଟ, ମାଲକାନଗିରି, ଗଞ୍ଜାମ ଏବଂ କନ୍ଧମାଳ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ସକାଳୁ ସକାଳୁ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖାଦେଇଛି ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି ସକାଳୁ ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି । ସେହିଭଳି ଶୀତଦିନିଆ ଡାଲି ଜାତୀୟ ବିହନ(ମୁଗ,ବିରି ପ୍ରଭୃତି) ଏବଂ ତୈଳବିହନ ବୁଣା ବୁଣି ଆଗକୁ ଏକ ସପ୍ତାହ ସାମୟିକ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି ।

ଟମାଟ, ଲଙ୍କା, ପିଆଜ, କୋବି ଆଦି ପରିବାକୁ ପଲିଥିନ ଦ୍ୱାରା ଆଚ୍ଛାଦିତ କରିବା ସାଙ୍ଗକୁ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ନାଳି ବ୍ୟବସ୍ଥା କରିବାକୁ ଚାଷୀଙ୍କୁ କୁହାଯାଇଛି । ସେହିଭଳି ଆଜିଠାରୁ ସାମୟିକ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ସ୍ଥଗିତ ରଖିବାକୁ ମଧ୍ୟ ଚାଷୀଙ୍କୁ ପାଣିପାଗ ବିଭାଗ ଜଣାଇଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଆଜି ଜିଲ୍ଲାପାଇଁ ବର୍ଷା ସକାଶେ ଆଗୁଆ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗକୁ କୁହୁଡ଼ିର ପ୍ରଭାବ ଜାରି ରହିବାକୁ ଥିବାବେଳେ ରାତ୍ରି ତାପମାତ୍ରା ଆଗାମୀ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com