ଓଡ଼ିଶା

ଯୁବତୀଙ୍କ ପାଖରୁ ମୋବାଇଲ ଲୁଟ୍: ଖସି ପଳାଉଥିବା ବେଳେ ଧରା ହେଲେ ଦୁଇ ଲୁଟେରା

ଭୁବନେଶ୍ବର: ଯୁବତୀଙ୍କ ପାଖରୁ ମୋବାଇଲ ଲୁଟ କରି  ଦୁଇ ଜଣ ଲୁଟେରା ଖସି ପଳାଉଥିବା ବେଳେ ଧରାପଡି ନିର୍ଦ୍ଧୁମ ଛେଚା ଖାଇଥିବା ବିଷୟ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। । ଏହି ଘଟଣା ଘଟିଛି ଇନଫୋସିଟି ଥାନାଠାରୁ ଅଳ୍ପ ଦୂରରେ।
ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବତୀ ରାସ୍ତାରେ ଯାଉଥିବା ବେଳେ, ଦୁଇ ଜଣ ଲୁଟେରା ମୋବାଇଲ ଛଡ଼ାଇ ନେଇ ପଳାଇଥିଲେ। ଯୁବତୀ ଜଣକ ବଡ଼ ପାଟିରେ ଚିତ୍କାର କରିବାରୁ ନିକଟରେ ଥିବା ଦୁଇ ଜଣ ଯୁବକ ଲୁଟେରାମାନଙ୍କ ପଛରେ ଗୋଡ଼ାଇଥିଲେ। ପରେ ଉଭୟଙ୍କୁ ଶୈଳଶ୍ରୀ ବିହାର ଅଞ୍ଚଳରୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଦୁଇ ଯୁବକ ଆଉ ସ୍ଥାନୀୟ ଲୋକ ଲୁଟେରାଙ୍କୁ ଧରି ନିସ୍ତୁକ ମାଡ଼ ଦେଇଥିଲେ। ସେମାନଙ୍କଠାରୁ ଲୁଟ ହୋଇଥିବା ମୋବାଇଲ ଜବତ କରିବା ସହ ବାଇକ ଜବତ ବି ହୋଇଛି। ସ୍ଥାନୀୟ ଅଞ୍ଚଳରେ ଏହିଭଳି ଲୁଟ୍ ହେଉଥିବାରୁ ଲୋକେ ଲୁଟେରାଙ୍କୁ ଉତ୍ତମମଧ୍ୟମ ଦେଇଥିଲେ। ପରେ ପୁଲିସକୁ ଡକାଇ ଇନଫୋସିଟି ଥାନାକୁ ହସ୍ତାନ୍ତର କରିଥିଲେ। ପୁଲିସ ଦୁଇ ଲୁଟେରାଙ୍କୁ ଅଧିକ ପଚରାଉଚରା କରୁଥିବା ଜଣାଯାଇଛି। ଏହି ଲୁଟେରାମାନେ ଆଉ କେତୋଟି ମୋବାଇଲ ଚୋରି କରିଛନ୍ତି, ସେଗୁଡିକୁ କିପରି ଆଉ କେତେ ଟଙ୍କାରେ ବିକ୍ରି କରୁଛନ୍ତି, ସେମାନଙ୍କ ଗ୍ୟାଙ୍ଗରେ ଆଉ କେତେଜଣ ଅଛନ୍ତି, ଏନେଇ ଖୋଳତାଡ଼ କରୁଚି ପୁଲିସ।

Related Articles

Back to top button
WP Twitter Auto Publish Powered By : XYZScripts.com