ଓଡ଼ିଶା

ଆଇନ୍ ଭାଙ୍ଗିଲେ ଅପରାଜିତା ଷଡଙ୍ଗୀ, ଶ୍ରୀଜିଉ ଦର୍ଶନ ଆଳରେ ପଦଯାତ୍ରା ରାଜନୀତି

ପୁରୀ() ନିୟମ ନମାନି ପୁରୀରେ ପଦଯାତ୍ରା ପାଇଁ ଉଦ୍ୟମ କଲେ ସାଂସଦ ଅପରାଜିତା ସଡଙ୍ଗୀ । ଭାଙ୍ଗିଲେ ଆଇନ୍ । ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇନଥିବା ବେଳେ ସାଂସଦ ତାଙ୍କ ସହ ଭୁବନେଶ୍ବରରୁ ମାତ୍ର ୨୦ଜଣ ସମର୍ଥକଙ୍କୁ ଧରି ପୁରୀରେ ପହଞ୍ଚି ଥିଲେ । କିନ୍ତୁ ତାଙ୍କ ସହ କୌଣସି ବିଜେପି ନେତା ଯାଇନାହାନ୍ତି ।

ଶ୍ରୀଜିଉଙ୍କୁ ଦର୍ଶନ ଆଳରେ ପଦଯାତ୍ରା ରାଜନୀତି ପାଇଁ ଉଦ୍ୟମ କରୁଛନ୍ତି ଅପରାଜିତା । ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ବେଳେ ଚନ୍ଦନପୁର ନିକଟରେ ସାଂସଦ ଓ ସମର୍ଥକଙ୍କ ଗାଡି ଅଟକାଇଥିଲା ପୋଲିସ ।

ସାଂସଦ ଏକୁଟିଆ ଶ୍ରୀମନ୍ଦିରକୁ ଯାଇପାରିବେ । ସମର୍ଥକଙ୍କୁ ସାଙ୍ଗରେ ନେଇ ନଯିବାକୁ ଅନୁରୋଧ କରିଥିଲା ପୋଲିସ କିନ୍ତୁ, ସାଂସଦ ପୋଲିସର ଅନୁରୋଧକୁ ଅଣଦେଖା କରି ପଦଯାତ୍ରା ପାଇଁ ଅଡ଼ି ବସିଥିଲେ । ତେବେ ଆଇନର ରକ୍ଷାକାରୀ କିଭଳି ଆଇନର ଉଲ୍ଲଂଘନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com