ଓଡ଼ିଶା

ବିନା ମାସ୍କରେ ଲୋକଙ୍କଠାରୁ ଫାଇନ୍ ଆଦାୟ କରୁଥିଲା ପୋଲିସ: ଉତ୍ତ୍ୟକ୍ତ ଜନତାଙ୍କ ପାଇଁ ରାସ୍ତା ହେଲା ଜାମ୍, ଭିଡିଓ ଭାଇରାଲ୍

ଭୁବନେଶ୍ୱର() ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାରିଆଡ଼େ କୋଭିଡ୍ କଟକଣା ଜାରି ରହିଛି । ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହିବା ସହ ସବୁ ସ୍ଥାନରେ କୋଭିଡ୍ ସଚେତନତା କରାଯାଉଛି । ତେବେ ଏପରି ସ୍ଥଳେ କୋଭିଡ୍ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବାକୁ ଯାଇ ନିଜେ ଫସିଛି ପୋଲିସ । ପୋଲିସ ବାବୁ ନିଜେ ମାସ୍କ ପିନ୍ଧିନଥିବାରୁ ଜନତା ମାତିଥିଲେ । ଫଳରେ ଏନେଇ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ବଜାରରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଉତ୍ତ୍ୟକ୍ତ ଲୋକମାନେ ପୋଲିସକୁ ଠେଲାପେଲା କରିବା ପରେ ପୋଲିସକୁ ବାଧ୍ୟହୋଇ ଉକ୍ତ ସ୍ଥାନ ପରିତ୍ୟାଗ କରିବାକୁ ପଡ଼ିଥିଲା ।

ଜଣାପଡ଼ିଛି ଯେ, ତମାଣ୍ଡୋ ବଜାର ଏକ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିବା ସ୍ଥଳେ ତମାଣ୍ଡୋ-ପାତ୍ରପଡ଼ା ଫ୍ଲାଏ ଓଭରବ୍ରିଜ କାର୍ଯ୍ୟ ଚାଲିଥିବାରୁ ବଜାରର ସର୍ଭିସ୍ ରୋଡ଼ ଦେଇ ଗାଡ଼ି ମଟର ଯାତାୟାତ କରିଥାଏ । ଫଳରେ ଅଧିକାଂଶ ଲୋକ ରଙ୍ଗ ରୁଟରେ ବଜାରକୁ ଯିବା ଆସିବା କରିଥାନ୍ତି । ଗତକାଲି ପୋଲିସ ବାଇକ୍ ଆରୋହୀଙ୍କଠାରୁ ହେଲମେଟ ଓ ମାସ୍କ ଚେକିଂ କରି ଫାଇନ୍ ଆଦାୟ କରୁଥିଲା । ଏନେଇ ଜଣେ ବ୍ୟକ୍ତି ପୋଲିସକୁ ଦେଖି ଫେରାର ହେଉଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇ ଧରିବା ସହ ଗାଳିଗୁଲଜ କରିଥିଲା । ଏହାପରେ କିଛି ଲୋକ ପୋଲିସକୁ ଘେରିଯାଇ ‘ତୁମେ କ’ଣ ପାଇଁ ମାସ୍କ ପିନ୍ଧି ନାହଁ’ ବୋଲି ପ୍ରଶ୍ନ କରିଥିଲେ । ଏହାଫଳରେ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା । ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପୋଲିସ ନିଜେ ମାସ୍କ ନ ପିନ୍ଧି ଲୋକଙ୍କଠାରୁ ଫାଇଦ୍ ଆଦାୟ କରିବାର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com