ଓଡ଼ିଶା

କେବେ ଗିରଫ ହେବେ ଲୁମେକ୍ସ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ସୋନିଆ ତ୍ରିପାଠୀ ?

ମୋବାଇଲ ନ୍ୟୁଜ 24×7ବ୍ୟୁରୋ;  Congress ର ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି ଲୁମେକ୍ସ ଲୁଟ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗରେ ଚଳିତ ବିଧାନସଭାର ପ୍ରଶ୍ନ କାଳରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ବାନ୍ଧିବା ସହିତ ସେମାନଙ୍କର bank account ଅଚଳ କରି  ସମସ୍ତ ସମ୍ପତ୍ତି ଜବତ କରିବା ନିମିତ୍ତ ଦାବି ଉତ୍ଥାପନ କରି police DG, Arun bothra ଓ CP ଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଆଦେଶ ଦେବାକୁ ଦାବି କରିଥିଲେ । ଏହି ମାମଲାରେ ତାରା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପତ୍ର  ଲେଖି ତୁରନ୍ତ action ନେବାକୁ ଦାବି କରିଛନ୍ତି।

ଦଳମତ ନିର୍ବିଶେଷରେ congress ର ସୁର, BJP ra suryabansi Suraj ଓ BJD ର ଅମର ଶତପଥୀ ପ୍ରମୁଖ ତାରାଙ୍କର ଦାବିକୁ ବିଧାନସଭାରେ ସମର୍ଥନ କରିଥିଲେ। ଉଚ୍ଚ ସୁଧର ପ୍ରଲୋଭନ ସହ ଘର ଦେବାର ଆଶା ଦେଖାଇ export କରିବା ବାହାନାରେ conman ରାଜୀବ ଦାସ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତା ସ୍ତ୍ରୀ ସୋନିଆ ତ୍ରିପାଠୀ ଏବଂ ଅନ୍ୟମାନେ jindal, birla, axis Bank, port ଆଦିର ଜାଲି ଦସ୍ତାବିଜ ବଳରେ ଅଭିଯୋଗକାରୀ ମାନଙ୍କର କୋଟି କୋଟି ଟଙ୍କା ଠକି ନେଇଥିଲେ।

ପୂର୍ବରୁ ଏହି ମାମଲାରେ ବିଧାନସଭାରେ ଦଳ ମତ ନିର୍ବିଶେଷରେ ପ୍ରଶ୍ନ ଉଠିବା ପରେ ମୁଖ୍ୟମନ୍ତ୍ରୀ crine branch କୁ ମାମଲା ହସ୍ତାନ୍ତର କଲାପରେ ରାଜୀବ ଦାସ ଗିରଫ ହୋଇଛି । ଦଶ ମାସ ହେଲା ସେ ଜେଲ୍ ରେ ଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି ।  ସେମାନଙ୍କର ବିରୁଦ୍ଧରେ NBW issue ହୋଇଥିଲେ ମଧ୍ୟ police ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରିପାରି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com