ଓଡ଼ିଶା

ମାନସ ସ୍ୱାଇଁ ହତ୍ୟା ମାମଲା, କଟକରୁ ଆଉ ଜଣେ ଗିରଫ !

ଚାନ୍ଦବାଲି : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଆଉ ଜଣେ ଗିରଫ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । କଟକରୁ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଏହି ମାମଲାରେ ଆଉ ଜଣେ ଯୁବକ ଓ ଦୁଇ ମହିଳା ଅଟକ ଥିବା ସୂଚନା ମିଳିଛି ।
ସେପଟେ ମାନସ ହତ୍ୟା ଘଟଣାରେ ପୋଲିସ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତର ଟେର୍‌ ପାଇନି । ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ମଧ୍ୟ କିଛି ପତ୍ତା ପାଉନି ପୋଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି । ସେହିପରି ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ । ସେମାନଙ୍କୁ ଜେରା କରି ତଥ୍ୟ ଓଗାଳୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com