ଓଡ଼ିଶା

ଯାଜପୁର ସାଂସଦଙ୍କ ମାନବିକତା: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା

ଯାଜପୁର() ଯାଜପୁର ସାଂସଦଙ୍କ ମାନବିକତା। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା। କେବଳ ରାଜନୀତି ନୁହେଁ ଏହା କରି ସେ ନିଜର ମାନବିକତାର ପରିଚୟ ଦେଇଛନ୍ତି। ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆଜି ଯାଜପୁରର ଏକ ନିର୍ବାଚନୀ ସଭାରେ ଯୋଗଦେବାକୁ ଯିବା ସମୟରେ ଗୋଖନା ବଜାର ନିକଟରେ ହଠାତ୍ ଏକ ଦୁର୍ଘଟଣା ଘଟିଥିବା ଦେଖି ଅଟକି ଯାଇଥିଲେ।

ତେବେ ଦୁର୍ଘଟଣାରେ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଦେଖି ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଆହତଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥି ସହ ତାଙ୍କୁ ଉପଯୁକ୍ତ ଚିକତ୍ସା ଯୋଗାଇଦେବାର ବନ୍ଦୋବସ୍ତ କରିଥିଲେ। ସାଂସଦ ଶ୍ରୀମତୀ ସେଠୀ ଏହା କରି ନିଜର ମାନବିକତାର ପରିଚୟ ଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com