ଓଡ଼ିଶା

କାନାଡାରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ଫାଲ୍‌ଗୁନ ଚୈତ୍ର

କ୍ରମାଗତ ବଢି ଚାଲିଛି ଓଡ଼ିଆ ଫିଲ୍ମର ଲୋକପ୍ରିୟତା । ପୁଣି ଦେଶ ବିଦେଶରେ ପ୍ରଶଂସା ସାଉଁଟୁଛି ଓଡ଼ିଆ ଫିଲ୍ମ । ଦମନ ପରେ ଧମାଲ୍ କରିବ ଆଉ ଏକ ଓଡ଼ିଆ ଚଳଚିତ୍ର । ବିଦେଶରେ ପ୍ରବାସୀ ଓଡ଼ିଆ ମାନେ ପ୍ରଥମଥର ଦେଖିବାକୁ ପାଇବେ ଓଡ଼ିଆ ସିନେମା ଫାଲ୍‌ଗୁନ ଚୈତ୍ର । ଗତ ୧୨ ତାରିଖରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇଛି ଏହି ଫିଲ୍ମ । ଆସନ୍ତା ୨୮ ତାରିଖରେ ଏହି ଫିଲ୍ମ କାନାଡ଼ାରେ ରିଲିଜ ହେବ ବୋଲି କୁହାଯାଉଛି । ଏହି ଫିଏଲ୍ମ ଓଡ଼ିଶା ସମେତ ଦୁବାଇ , ଅଷ୍ଟ୍ରେଲିଆ , ଜର୍ମାନୀ, ମାଲେସିଆ , ଇଂଲଣ୍ଡ, ଆମେରିକା ଓ କାନାଡ଼ାରେ ରିଲିଜ ହେବ ବୋଲି କୁହାଯାଇଥିଲା । ଏହି ଫିଲ୍ମର ମୂଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ୱତୀ ବସୁ, ସୁକାନ୍ତ ରଥ, ପାର୍ଥସାରୀ ରାୟ, ବି.ଏମ. ବୈଶାଳୀ ଓ ଅନନ୍ୟା ମିଶ୍ର । ପିନାକୀ ସିଂହ ଓ ଶିଶିର କୁମାର ସାହୁ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶକ୍ତି ଜଗଦ୍ଦେବ ପ୍ରଯୋଜନା କରିଛନ୍ତି । ଆଦ୍ୟା ଜଗଦ୍ଦେଶବ ଓ ବାବୁସାନ ଫିଲ୍ମସ ବ୍ୟାନରରେ ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି । ପୂର୍ବରୁ ଫିଲ୍ମର ଟିଜର, ଟ୍ରେଲର ଓ ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ । ତେବେ କୋଭିଡ଼ ପରେ ଯେ କେବଳ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକ୍‌କୁ ଫେରିଛି ତା ନୁହେଁ ବହୁ ଲୋକପ୍ରିୟତା ମଧ୍ୟ ହାସଲ କରିଛି । ଯାହାର ପ୍ରମାଣ ପ୍ରଥମେ ଦମନ ଆଉ ଏବେ ଫାଲ୍‌ଗୁନ ଚୈତ୍ରରୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com