ଓଡ଼ିଶାରାଜନୀତି

 କଂଗ୍ରେସର ହାତ ଛାଡୁଛନ୍ତି ସମର୍ଥକ

ଭୁବନେଶ୍ୱର, ୧୨/୦୮/୨୦୨୨-   କଂଗ୍ରେସର ହାତ ଛାଡୁଛନ୍ତି ସମର୍ଥକ । ୩ ଦିନ ତଳେ ୩୦ ରୁ ଅଧିକ ସମର୍ଥକ ଦଳ ଛାଡିଥିବାବେଳେ ଗୁରୁବାର ଆହୁରି ୫୦ରୁ ଉର୍ଦ୍ଧ୍ୱ ଯୁବ କଂଗ୍ରେସ ନେତା ଦଳ ଛାଡିଛନ୍ତି । ପୂର୍ବରୁ ଦଳ ଛାଡିଥିବା ସମର୍ଥକମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଓ  ସାଂସଦ ରହିଥିବାବେଳେ ଆଉ କିଛି ବରିଷ୍ଠ ଏବଂ ଯୁବ ନେତା ସାମିଲ ଥିଲେ ।  ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି କଂଗ୍ରେସ ନେତା । ଦଳରେ କ୍ରମାଗତ ଭାବେ ନୈରାଶଜନକ କାର୍ଯ୍ୟ ଯୋଗୁଁ ଦଳ ଛାଡ଼ିଥିବା ଜଣାପଡ଼ିଛି । ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳ ଛାଡ଼ିବା ଘୋଷଣା କରିଛନ୍ତି ଯୁବ ନେତା । ତେବେ ଦଳ ଛାଡିବା ପରେ ଏହି ନେତା ମାନଙ୍କର ପରବର୍ତ୍ତୀ ପଦେକ୍ଷପ କଣ ହେବ ସେନେଇ କୌଣସି ସୂଚନା ମିଳିନାହିଁ । ଗୋଟିଏ ପଟେ ସାରା ରାଜ୍ୟରେ ପଦଯାତ୍ରା ଆରମ୍ଭ କରି ଲୋକମାନଙ୍କ ଆଗରେ ୭୫ ବର୍ଷ ଭିତରେ କଂଗ୍ରେସର ସଫଳତା ବଖାଣୁ ଥିବାବେଳେ, ୫ ଦିନ ମଧ୍ୟରେ ଏତେ ସଂଖ୍ୟକ ସମର୍ଥକ ଦଳ ଛାଡିବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com