ଓଡ଼ିଶା

ଦ୍ରୌପଦୀଙ୍କ ଦେବ ଦର୍ଶନ ଓ ଆଶ୍ରିବାଦ ଭିକ୍ଷା, ନିଜେ ଓଳାଇଲେ ମନ୍ଦିିର ପରିସର

ରାଷ୍ଟ୍ରପତି ପାର୍ଥ୍ରୀ ଘୋଷଣା ହେବା ପରେ ଦ୍ରୌପଦୀ ମୁର୍ମୁ ଏକାଧିକ ମନ୍ଦିର ଦର୍ଶନ କରି ଦେବାର୍ଶୀବାଦ ନେଇଛନ୍ତି । ବୁଧବାର ସକାଳୁ ରାଇରଙ୍ଗପୁର ସ୍ଥିତ ଶ୍ରୀଜଗନ୍ନାଥ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ମୁର୍ମୁଙ୍କ ସହିତ ନିଜ ପରିବାରର ସଦସ୍ୟ ଓ ସମର୍ଥକମାନେ ଉପସ୍ଥିତ ଥିଲେ । ଶ୍ରୀଜଗନ୍ନାଥ ଦର୍ଶନ ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିସର ଓ ବାହାରେ ପୋଲିସ ମୁତୟନ କରାଯାଇଥିଲା । ଏହାଛଡ଼ା ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ପୂର୍ଣ୍ଣଶ୍ୱର ଶିବମନ୍ଦିର ପରିସର ଓଳାଇଥିଲେ । ଏହା ପରେ ହନୁମାନ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଏକ ନିରାଡ଼ମ୍ବର ଜୀବନ ବିତାଉଥିବା ଦ୍ରୌପଦୀଙ୍କର ଗୋଟିଏ ଝିଅ ଇତିଶ୍ରୀ ସାଙ୍ଗରେ ଅଛନ୍ତି । ତେବେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ଏବଂ ଦୁଇ ପୁଅଙ୍କର ପରଲୋକ ହୋଇଯାଇଛି । ଏଥି ପୂର୍ବରୁ ର‌୍ୟାପାଳ ଭାବେ ଏକ ସାମ୍ବିଧାନିକ ପଦବୀରେ କାର୍ଯ୍ୟ କରିଥିଲେ ବି ସ୍ୱଭାବରେ ସେ ବେଶ୍ ଶାନ୍ତ ସରଳ । ଏକ ସମୟରେ ଉଭୟ ସ୍ୱାମୀ ଓ ପୁତ୍ରଙ୍କୁ ଅକାଳରେ ହରାଇଥିଲେ ବି ରାଜନୈତିକ କର୍ତ୍ତବ୍ୟବୋଧକୁ ସେ ସବୁବେଳେ ଗୁରୁତ୍ୱ ଦେଇଅସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com