ଓଡ଼ିଶା

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀ, ବିଲଡିଂ ସିଡିରୁ ପଡି ସ୍ବାମୀଙ୍କ ମୃତ୍ୟୁ

ବାରିପଦା: ହସ୍ପିଟାଲ ବିଲଡିଂ ସିଢିରୁ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବାରିପଦା ସ୍ଥିତ ପିଆରଏମ୍ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ନିଜ ସ୍ତ୍ରୀଙ୍କୁ ଭର୍ତ୍ତି କରିଥିବା ବେଳେ ବିଲଡିଂର ୩ୟ ମହଲା ସଢିରୁ ପଡି ସ୍ବାମୀଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଝାରଖଣ୍ଡ ଘୋଡାବନ୍ଧ ଥାନା ମୁଣ୍ଢାକଟା ଗ୍ରାମର ୪୫ ବର୍ଷ ବୟସ୍କ ଦୁଲା ସୋରେନ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଗୁରୁବାର ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେ ତୃତୀୟ ମହଲାରେ ଫୋନ୍‌ରେ କଥା ହେଉଥିବା ବେଳେ କୌଣସି କାରଣ ବଶତଃ ସିଡ଼ିରୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ଗୁରୁତର ହୋଇପଡିଥିଲା । ତେବେ କିଛି ସମୟ ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବୋଲି ଡ଼ାକ୍ତର ସୂଚନା ଦେଇଛନ୍ତି ।

ଅନ୍ୟପଟେ ସ୍ତ୍ରୀ ଡାକ୍ତରଖାନ ବେଡ୍‌ରେ ପଡିଥିବା ବେଳେ ସ୍ବାମୀ ଦୁଲା ସୋରେନଙ୍କ ମୃତ୍ୟୁକୁ ନେଇ ଏକ ଶୋକାକୁଳ ପରିବେଶ ଦେଖାଦେଇଛି। ଦୁଲାଙ୍କ ପରିବାର ବର୍ଗଙ୍କୁ ପିଆରଏମ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଆସିବା ପରେ ଦୁଲାଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com