Featuredଓଡ଼ିଶାରାଜନୀତି

ବିଭିନ୍ନ ସମୟରେ ଆକ୍ରମଣର ଶିକାର ହୋଇଥିବା ଓଡ଼ିଶାର ସାଂସଦ, ବିଧାୟକ

ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ବେଶ୍ ଖ୍ୟାତି ରହିଛି। ବିଶେଷ କରି ରାଜନୈତିକ କ୍ଷେତ୍ରରେ ହିଂସାକାଣ୍ଡର ଉଦାହରଣ କମ୍ । ୨୦୦୦ ମସିହା ପର ଠାରୁ ବିଭିନ୍ନ ସମୟରେ ପାଞ୍ଚ ଜଣ ନିର୍ବାଚିତ ଜନପ୍ରତିନିଧି(ସାଂସଦ, ବିଧାୟକ) ସିଧାସଳଖ ଆକ୍ରମଣର ଶିକାର ହୋଇଥିବାର ନଜିର ରହିଛି। ଏହି ଘଟଣାଗୁଡ଼ିକ ସେହି ସମୟରେ ଓଡ଼ିଶାର ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା।

୨୦୧୧ ମସିହାରେ ତତ୍‌କାଳୀନ ବିଧାୟକ ଜଗବନ୍ଧୁ ମାଝୀଙ୍କୁ କରାଯାଇଥିଲା ବେଳେ ତାହାର ୧୨ ବର୍ଷ ପରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା । ଉଭୟ ଘଟଣାର କାରଣ ଓ ତରିକା ଭିନ୍ନ ଭିନ୍ନ ହୋଇଥିଲେ ବି ଏପରି ଅପରାଧକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ୨୦୧୧ ମସିହାରେ ଉମରକୋଟର ତତ୍‌କାଳୀନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍‌ରେ ଜମି ପଟ୍ଟା ବାଣ୍ଟୁଥିଲା ବେଳେ ତାଙ୍କୁ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଦୁଇ ଜଣ ଆତତାୟୀ ଗୁଳି କରିଥିଲେ। ଏଥିରେ ଉଭୟଙ୍କ ମୃତ୍ୟୁ ହୋଇ ଥିଲା । ଏହି ମାମଲାରେ ପୁଲିସ ମନପୁର ଡିଭିଜନ୍‌ର କମାଣ୍ଡର୍ କାନି ସାଲେମଙ୍କୁ ଲେଙ୍ଗାନାରେ ଗିରଫ କରିଥିଲା । କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଏହି ମାମଲାର ତଦନ୍ତ କରିଥିଲା। ଓଡ଼ିଶା କୂଟନୈତିକ ଇତିହାସରେ ଜଣେ ବିଧାୟକଙ୍କୁ ହତ୍ୟା କରାଯିବା ସମ୍ଭବତଃ ଏହା ଥିଲା ପ୍ରଥମ ।

ମନ୍ତ୍ରୀ ଥିବା ସମୟରେ ଆକ୍ରମଣର ଶିକାର ହୋଇ ଥିବା ପ୍ରଥମ ଥର ଘଟିଥିଲା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ କ୍ଷେତ୍ରରେ । ୨୦୧୪ ମସିହା ଫେବ୍ରୁଆରି ମାସରେ ତତ୍‌କାଳୀନ ଆଇନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ତାଙ୍କ ପୁରୀସ୍ଥିତ ଘର ନିକଟରେ ଆତତାୟୀମାନେ ଗୁଳି ମାରିଥିଲେ। ଏକ କାର୍ଯ୍ୟକ୍ରମ ସାରି ନିଜେ ସ୍କୁଟି ଚଳାଇ ଘରକୁ ଫେରୁଥିଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ସେ ଗାଡ଼ିରୁ ଟଳିପଡ଼ିଥିଲେ ଏହାପରେ ତାଙ୍କୁ ପୁରୀ ମୁଖ୍ୟହସ୍ପିଟାଲ୍ ଓ ପରେ କଳିଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲା ଓ ଶ୍ରୀ ମହାନ୍ତି ସୁସ୍ଥ ହୋଇଥିଲେ। ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାପାଇଁ ମହେଶ୍ବରଙ୍କୁ ଏହି ଗୁଳି କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହା ପୂର୍ବରୁ

ମଧ୍ୟ ଥରେ ଶ୍ରୀ ମହାନ୍ତିଙ୍କ ଉପରେ ଶାବଳ ମାଡ଼ ହୋଇଥିଲା।  ତତ୍କାଳୀନ ଜେଏମ୍ଏମ୍ ସାଂସଦ ସୁଦାମ ମାରାଣ୍ଡିଙ୍କ  ଉପରକୁ ଗୁଳି ମାଡ଼ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବଣ୍ଡାବୋଠାରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଯାଇଥିବା ସମୟରେ ସୁଦାମଙ୍କ ଉପରକୁ ଗୁଳି ହୋଇଥିଲା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲା ବେଳେ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଜଣେ ଏଏସ୍‌ଆଇ, ଜଣେ କନେଷ୍ଟବଳ ଓ ତାଙ୍କର ପିଏସଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୭ ମସିହାରେ ଚମ୍ପୁଆର ତତ୍‌କାଳୀନ କଂଗ୍ରେସ ବିଧାୟକ ଧୁନର୍ଜୟ ସିନ୍ଧୁଙ୍କୁ ବଡ଼ବିଲ୍‌ରେ ଗୁଳି କରାଯାଇଥିଲା। ତେବେ ଶ୍ରୀ ସିନ୍ଧୁ ବର୍ତିଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com