Featuredଜାତୀୟମନୋରଞ୍ଜନ

ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲଙ୍କ ନାମରେ ପୋଲିସ ରୁଜୁ କଲା ଦୁଷ୍କର୍ମ ମାମଲା

ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ ଦୁରାନୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଥମେ ଅଭିନେତ୍ରୀ ପତ୍ନୀ ରାକ୍ଷୀ ସାୱନ୍ତ ଆଦିଲଙ୍କ ଉପରେ ମାରପିଟ କରୁଥିବା ଅଭିଯୋଗ ଆଣିଥିଲେ । ଏହାପରେ ଏବେ ତାଙ୍କ ନାମରେ ମୈସୁର ଠାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।

ସୂଚନା ମୁତାବକ ଆଦିଲ ଦୁରାନୀଙ୍କ ବିରୋଧରେ ଜଣେ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମୈସୁରର ବିବିପୁରମ ଥାନାରେ ଏନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଆଦିଲଙ୍କ ବିରୋଧରେ ଆଇପିସି ଧରା ୪୧୭,୪୨୦,୩୭୬, ୫୦୪ ଓ ୫୦୬ ଧାରାରେ ମାମଲା ରୁଜୁ କରିଛି । ଛାତ୍ରୀ ଜଣଙ୍କ କହିଛନ୍ତି କି ଆଦିଲଙ୍କ ସହ ତାଙ୍କର ଥିବା କିଛି ଅନ୍ତରଙ୍ଗ ଭିଡିଓ ଭାଇରାଲ କରିଦେବାକୁ ମଧ୍ୟ ଧମକ ଦେଇଛନ୍ତି ।

ଛାତୀ ଜଣଙ୍କ ଇରାନର ନାଗରିକ । ସେ ମୈସୁରର ଡକ୍ଟର ଅଫ୍ ଫାର୍ମାସୀ ପଢୁଛନ୍ତି । ଡିଜେର୍ଟ ଲ୍ୟାବ ଫୁଡରେ ତାଙ୍କର ଆଦିଲଙ୍କ ସହ ଭେଟ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା । ଏହି ଫୁଡ ଆଉଟଲେଟର ମାଲିକ ହେଉଛନ୍ତି ଆଦିଲ । ଆଦିଲ ତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କସହ ଅନେକ ଥର ଶାରୀରିକ ସଂପର୍କ ରଖିଥିଲେ । ଏହାପରେ ସେ ମୈସୁରର ଏକ ଆପାର୍ଟମେଣ୍ଟରେ ତାଙ୍କୁ ଦୁଷ୍କର୍ମ କରିଥିବା ମଧ୍ୟ ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com