ଜାତୀୟରାଜନୀତି

ବିହାର ରାଜନୀତି ସରଗରମ, ଆରଜେଡିରେ ବିଲୟ ହେବ ଶରଦ ଯାଦବଙ୍କ ପାର୍ଟି

ନୂଆଦିଲ୍ଲୀ()ବିହାର ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି । ଜେଡିୟୁର ପୂର୍ବତନ ନେତା ତଥା ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ ନିଜ ଦଳକୁ ଆରଜେଡିରେ ବିଲୟ କରିବେ ବୋଲି ସୂଚନା ମିଳିଛି । ଏନେଇ ନିଜେ ଶରଦ ଯାଦବ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମାର୍ଚ୍ଚ ୨୦ରେ ସେ ବିଧିବଦ୍ଧ ଭାବେ ନିଜ ଦଳକୁ ଆରଜେଡି ସହ ବିଲୟ କରିବେ । ଏହି ଅବସରରେ ତାଙ୍କର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।

ପୂର୍ବରୁ ଗତବର୍ଷ ଅଗଷ୍ଟ ୩ରେ ଲାଲୁ ଯାଦବଙ୍କୁ ଶରଦ ଯାଦବ ସାକ୍ଷାତ କରିଥିଲେ । ଏହାପରେ ବିହାର ରାଜନୀତି ସରଗରମ ହୋଇ ଉଠିଥିଲା । ଲାଲୁ କହିଥିଲେ ଯେ, ଶରଦଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ ନାହିଁ । ସେ ସାଂସଦ ନାହାଁନ୍ତି । ଦଳ ସାଂସଦ ଶୁନ୍ୟ ହୋଇଯାଇଛି ।ତେଣୁ ସେ ବଡ ନିଷ୍ପତ୍ତି ନେଇପାରନ୍ତି ।

୨୦୧୮ରେ ଜେଡିୟୁରୁ ଅଲଗା ହୋଇଥିଲେ

ନୀତିଶ କୁମାରଙ୍କ ସହ ରାଜନୈତିକ ବିବାଦ ପରେ ୨୦୧୮ରେ ଜେ଼ଡିୟୁରୁ ବାହାରି ଯାଇଥିଲେ ଶରଦ ଯାଦବ । ଏହାପରେ ସେ ନୂଆ ଦଳ ଗଠନ କରିଥିଲେ । ଶରଦଙ୍କ ସହ ଅଲୀ ଅନଓ୍ୱାରଙ୍କ ଭଳି ବଡ ନେତା ବି ଦଳ ଛାଡିଥିଲେ । ୨୦୧୯ରେ ଆରଜେଡି ଟିକେଟରୁ ଶରଦ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ଜେଡିଯୁର ଦିନେଶ୍ୱର ଯାଦବଙ୍କଠୁ ଲକ୍ଷେ ଭୋଟରେ ପରାସ୍ତ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com