ଜାତୀୟ

ରାଣା ଦମ୍ପତ୍ତିଙ୍କୁ ପୁଣି ମୁମ୍ବାଇ କୋର୍ଟଙ୍କ ନୋଟିସ୍, ସେସନ୍ସ କୋର୍ଟ କହିଲେ କାହିଁକି ଜାରି ହେବନି NBW

(ମୁମ୍ବାଇ) ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ସୋମବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏଥିରେ ସେମାନଙ୍କ ବିରୋଧରେ କାହିଁକି ଜାମିନ ବିହୀନ ଗିରଫ ପରୱାନା( ଏନବିଡବ୍ଲୁ) ଜାରି ହେବନି ସ୍ପଷ୍ଟ କରିବାକୁ କହିଛନ୍ତି। ସେମାନେ ଜାମିନ ସର୍ତ୍ତ ଉଲ୍ଲଂଘନ କରିଥିବା କୋର୍ଟ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ମୁମ୍ବାଇ ପୋଲିସ କୋର୍ଟଙ୍କୁ ଏକ ଆବେଦନରେ ରାଣା ଦମ୍ପତ୍ତି ଜାମିନ ସର୍ତ୍ତ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଛି। ଜାମିନ ସର୍ତ୍ତ ଅନୁସାରେ ନବନୀତ ଓ ତାଙ୍କ ସ୍ୱାମୀ ମାମଲା ସମ୍ପର୍କରେ ଗଣମାଧ୍ୟମ ସହ କୌଣସି କଥାବାର୍ତ୍ତା କରିପାରିବେ ନାହିଁ। ହେଲେ ସେମାନେ ଗଣମାଧ୍ୟମରେ ବାରମ୍ବାର ମାମଲା ସମ୍ପର୍କରେ ଆଲୋଚନା କରୁଥିବା ପୋଲିସ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ ଏନବିଡବ୍ଲୁ ଜାରି ନିମନ୍ତେ କୋର୍ଟଙ୍କୁ ନିବେଦନ କରିଛି।

କିଛି ସମୟ ପୂର୍ବରୁ ନବନୀତ ଓ ରବି ରାଣା କୋର୍ଟଙ୍କ ଜାମିନ ସର୍ତ୍ତ ସେମାନେ ଉଲ୍ଲଂଘନ କରୁନଥିବା ଏବିପି ନ୍ୟୁଜ୍‌କୁ ଏକ ସାକ୍ଷାତକାରରେ କହିଛନ୍ତି। ତେବେ ଶିବସେନା କ୍ଷମତାର ଦୂରୁପଯୋଗ କରୁଥିବା ସେମାନେ କହିଛନ୍ତି। ଆମେ କୋର୍ଟଙ୍କ ସମ୍ମାନ କରିଆସୁଛୁ ଓ ଆଗକୁ ବି କରିବୁ ବୋଲି କହିଛନ୍ତି। ପ୍ରସଙ୍ଗରେ ଆମେ ଗଣମାଧ୍ୟମ ସହ ବିଲକୁଲ ଆଲୋଚନା କରିନଥିବା ସେମାନେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com