Breaking NewsFeaturedଜାତୀୟଜୀବନଶୈଳୀମନୋରଞ୍ଜନ

ଜନି ଲିଭରଙ୍କ ଅସଲ ନାଁ କଣ… ଜାଣନ୍ତୁ ତାଙ୍କର ଜୀବନ ସଂଘର୍ଷର କାହାଣୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଫ୍ରେଣ୍ଡସ୍ ଆଜି ଆମେ କଥା ହେବା ଭାରତୀୟ ସିନେମା ଜଗତରେ କମେଡ଼ିରେ ଏକ ଅଲଗା ପରିଚୟ ସୃଷ୍ଟି କରିଥିବା ଜନ୍ ପ୍ରକାଶ ରାଓଙ୍କର । ଯାହାଙ୍କୁ ପ୍ରାୟ ସମସ୍ତେ ଜନି ଲିଭର ବୋଲି ସମସ୍ତେ ଜାଣନ୍ତି । ଜନି ଲିଭର ୩୫୦ ରୁ ଅଧିକ ଫିଲ୍ମରେ କାମ କରିବା ସହ ନିଜର ଭିନ୍ନ କମେଡ଼ି ଶୈଳୀ ଏବଂ ମିମିକ୍ରି ପାଇଁ ଅସଂଖ୍ୟ ଲୋକଙ୍କୁ ସେ ହସାଇ ହସାଇ ବେଦମ୍ କରିଦିଅନ୍ତି । ଏଥି ପାଇଁ ତାଙ୍କୁ ୧୩ ଥର ଫିଲ୍ମଫେୟାର ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ଜନିଙ୍କୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି । କିନ୍ତୁ ତାଙ୍କର ଏହି ସଫଳତା ପଛର ପ୍ରକୃତ ସଂଘର୍ଷକୁ ଜାଣିଥିବା ଲୋକ ବହୁତ୍ କମ୍ ଥିବେ । ତେବେ ଚାଲନ୍ତୁ ଆଜି ଜାଣିବା ଜନି ଲିଭରଙ୍କ କାହାଣୀ ବିଷୟରେ ।

ଜନି ଲିଭରଙ୍କ ଜନ୍ମ ୧୪ ଅଗଷ୍ଟ ୧୯୫୬ରେ ଆନ୍ଧୟପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଏକ ଗରିବ ପରିବାରରେ ହୋଇଥିଲା । କିନ୍ତୁ ସେ ମୁମ୍ବାଇର କିଙ୍ଗ ସର୍କଲ ଧରାବୀରେ ବଡ଼ ହୋଇଥିଲେ । ଯେଉଁଠାରେ ତାଙ୍କ ପିତା ହିନ୍ଦୁସ୍ତାନ ଲିଭର ଫ୍ୟାକ୍ଟ୍ରିରେ ଶ୍ରମିକ ଭାବରେ କାମ କରୁଥିଲେ । ଯଦି ତାଙ୍କର ଶିକ୍ଷା କଥା କହିବା ତେବେ ସେ ଆନ୍ଧ୍ର ସ୍ୱେଚ୍ଛା ସୋସାଇଟିରୁ ସପ୍ତମ ଶ୍ରେଣୀ ପର୍ଯନ୍ତ ପଢିଥିଲେ । ପଢିବା ସମୟରେ ତାଙ୍କର ପରିବାରର କିଛି ଏପରି ସମସ୍ୟା ଆସିଲା ଯେଉଁଥି ପାଇଁ ସେ ଅଧାରେ ପଢା ଛାଡ଼ି ମୁମ୍ବାଇ ରାସ୍ତାରେ କଲମ ବିକା କାମ ଆରମ୍ଭ କରିଦେଲେ । ଏହା ସହିତ ସେ ନିଜ ବାପାଙ୍କ ସହ ବି ହିନ୍ଦୁସ୍ତାନ ଲିଭର କମ୍ପାନୀରେ କାମ କରିବା ଆରମ୍ଭ କଲେ । ଆଉ ଏହିଠାରୁ ହିଁ ସେ ଜନ୍ ପ୍ରକାଶ ରାଓରୁ ଜନି ଳିଭର ହୋଇଯାଇଥିଲେ । ବାସ୍ତବରେ ଜନି ସେଠାରେ କାମ କରିବା ସହ ବଡ଼ ବଡ଼ ଅଧିକାରୀଙ୍କ ମିମିକ୍ରି କରି ଅନ୍ୟ ଶ୍ରମିକଙ୍କର ମନୋରଞ୍ଜନ କରୁଥିଲେ । ଏହାପରେ ସେଠାକାର ଲୋକମାନେ ଜନ୍ ପ୍ରକାଶଙ୍କୁ ସ୍ନେହଁରେ ଜନି ଲିଭର ବୋଲି ଡ଼ାକିଲେ । ଆଉ ସେବେଠାରୁ ସେ ଜନି ଲିଭର ନାଁରେ ଜଣାଗଲେ । ଜନି ଲିଭରଙ୍କ ଆକଟିଂକୁ ତାଙ୍କ ସହକର୍ମୀଙ୍କ ସହ ବଡ଼ ଅଧିକାରୀମାନେ ବି ପ୍ରସଂଶା କରୁଥିଲେ । ଯେତେବେଳେ ବି କମ୍ପାନୀରେ କୌଣସି କାର୍ଯ୍ୟକ୍ରମ ଆୟାଜନ ହେଉଥିଲା ସେଥିରେ ଜନିସଙ୍କୁ ନିହାତି ଡ଼କାଯାଉଥିଲା । ଆଉ ଜନି ଲିଭର ବି ନିଜ ଅନ୍ତର୍ନିହିତ କଳାକୁ ଜାଣି ଯାଇଥିଲେ । ଏହାପରେ ସେ ଛୋଟ ଛୋଟ ଅରକେଷ୍ଟା ସୋ କରିବା ବି ଆରମ୍ଭ କରିଦେଇଥିଲେ । ଧିରେ ଧିରେ ଯେତେେବେଳେ ଏହି ଶୋ ଗୁଡ଼ିକରୁ ଭଲ ରୋଜଗାର ହେଲା ସେତେବେଳେ ସେ ୧୯୮୧ରେ କମ୍ପାନୀ ଛାଡ଼ିଦେଲେ । ଆଉ ନିଜର ପୂରା ସମୟ ନିଜ ଟ୍ୟାଲେଣ୍ଟକୁ ବଢାଇବାରେ ଲଗାଇଦେଲେ ।

ଏହାପରେ ନିଜ ଅକ୍ଳାନ୍ତ ପରିା୍ରମ ବଳରେ ସେ ଜଣେ ସଫଳ ଷ୍ଟେଜ୍ କଳାକାର ବନିଗଲେ । ଆଉ ୧୯୮୨ରେ ସେ ନିଜର ସବୁଠାରୁ ବଡ଼ ଷ୍ଟେଜ୍ ଶୋ ଅମିତାଭ ବଚ୍ଚନଙ୍କ ସହ କରିଥିଲେ । ଏପର୍ଯ୍ୟନ୍ତ ଜନିଙ୍କୁ ଷ୍ଟେଜ୍ ଶୋରୁ ବହୁ ଳୋକପ୍ରିୟତା ମିଳି ଯାଇଥିଲା । କିନ୍ତୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ତଥାପି ସକ୍ଷମ ହୋଇପାରି ନଥିଲେ । ସେହି ସମୟରେ ଏକ ଶୋ ମାଧ୍ୟମରେ ଡ଼ାଇରେକ୍ଟର ସୁନୀଲ ଦତ୍ତ ତାଙ୍କର କଳା କୁ ଚିହ୍ନି ପାରିଲେ ଆଉ ପ୍ରଥମ ଥର ପାଇଁ ଦର୍ଦ କା ରିସ୍ତା ଫିଲ୍ମରେ ଚାନ୍ସ ଦେଲେ । ଏହା ପରେ ସେ ଜଲୱାରେ ମଧ୍ୟ ନସରୁଦ୍ଦିନ ଶାହଙ୍କ ସହ ବି ଦେଖିବାକୁ ମିଳିଲେ । କିନ୍ତୁ ତାଙ୍କର ବାସ୍ତବ ସଫଳତା ୧୯୯୩ରେ ବାଜିଗରରୁ ଆରମ୍ଭ ହୋଇଥିଲା । ଆଉ ଏହାପରେ ଜନି କେବେ ବି ପଛକୁ ଫେରି ନଥବଲେ । ନିଜର ଏମିତି ଛାପ ଚାଡ଼ିଳେ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ସେ ସପୋର୍ଟିଂ ଆକ୍ଟର ଭାବେ ବିଭିନ୍ନ ଫିଲ୍ମରେ ନଜର ଆସିଲେ । ତେବେ ଜନିଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଳେ ଜନିଙ୍କ ପତ୍ନୀଙ୍କ ନାମ ସୂଜାତା ।ସେମାନଙ୍କର ଦୁଇଟି ସନ୍ତାନ ରହିଛନ୍ତି । ଜନିଙ୍କ ପୁଅର ନାଁ ଜେସ୍ ଏବଂ ଝିଅର ନାଁ ଜେମି । ତେବେ ଜନିଙ୍କ ଝିଅ ମଧ୍ୟ ଜଣେ ଷ୍ଟାଣ୍ଡ-ଅପ୍ କମେଡ଼ିଆନ୍ ଅଟନ୍ତି । ଏଥି ସହିତ ସେ କପିଲ ଶର୍ମାଙ୍କ ଫିଲ୍ମ କିସ୍ କିସ୍ କୋ ପ୍ୟାର କରୁଁ ରେ ବି ନଜର ଆସିଥିଲେ। ସବୁଠାରୁ ବନ କଥା ହେଉଛି ଜନି ଲିଭର ଆଜି ବହୁତ ବଡ଼ କଳାକାର , ତାଙ୍କ ପାଖେ ଅନେକ ଧନ ସମ୍ପତ୍ତି ଥିଲେ ମଧ୍ୟ ସେ ନିଜର ପୁରୁଣା ଘର ଏବଂ ନିଜ ପୁରୁଣା ସାଙ୍ଗ ମାନଙ୍କୁ ମଝିରେ ମଝିରେ ଦେଖା କରିବାକୁ ଯାଆନ୍ତି । ତେବେ ଜନି ଲିଭରଙ୍କ ଜୀବନରୁ ଏହା ଶିଖିବାକୁ ମିଳେ ଯଦି କେହି ବି ନିଜ ଇଚ୍ଚା ଏବଂ ଦକ୍ଷତାକୁ ନେଇ ଆଗକୁ ବଢେ ସେ ଦିନେ ନା ଦିନେ ସଫଳତା ନିହାତି ହାସଲ କରିଥାଏ ।

 

Related Articles

Back to top button
WP Twitter Auto Publish Powered By : XYZScripts.com