Featuredଜାତୀୟରାଜନୀତି

୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି!

ଭବିଷ୍ୟ ବାଣୀ କଲେ ରାଜଦଣ୍ଡ ଦେବାକୁ ଥିବା ପୂଜାରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପୁଣି ମୋଦି ହେବେ ଭାରତର ପ୍ରଧାନମନ୍ତ୍ରୀ । ଏଭଳି ଭବିଷ୍ୟବାଣୀ କରିଛନ୍ତି ମୋଦିଙ୍କୁ ରାଜଦଣ୍ଡ ପ୍ରଦାନ କରିବାକୁ ଥିବା ହରିହର ଦେଶିକା ସ୍ୱାମୀଗଲ । ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ୧୧ ମାସ ବାକି ରହିଛି । ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ରାଜନୈତିକ ଦଳ ଏବଂ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କ ରଣନୀତି ଆରମ୍ଭ କରିଦେଲେଣି । ଏମିତି ସମୟରେ ହରିହର ଦେଶିକାଙ୍କର ଏଭଳି ଭବିଷ୍ୟବାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ହରିହର କହିଛନ୍ତି ଯେ, ବର୍ତ୍ତମାନ ମୋଦିଙ୍କୁ ବିଶ୍ୱରେ ପ୍ରଶଂସା ମିଳୁଛି । ଦେଶରେ ସମସ୍ତେ ତାଙ୍କୁ ନେଇ ଗର୍ବ କରୁଛନ୍ତି । ଲୋକଙ୍କ ପାଇଁ ସେ ଭଲ କାମ କରୁଛନ୍ତି । ତେଣୁ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି ହରିହର କହିଛନ୍ତି । ତେବେ ତାଙ୍କର ଏହି ବୟାନ ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଏହି ହରିହର ଦେଶିକା ସ୍ୱାମୀଗଲ କିଏ ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି । ତେବେ ହରିହର ହେଉଛନ୍ତି ମଦୁରାଇ ଅଧୀନମ୍‌ର ୨୯୩ ତମ ପ୍ରଧାନ ପୂଜାରୀ । ଯେ କି ମେ ୨୮ରେ ନୂଆ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବେ । ଏହି ରାଜଦଣ୍ଡ ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ପରେ ସଂସଦରେ ସ୍ଥାପନ ହେବାକୁ ଯାଉଛି । ଏହା ଉପରେ ସୁନା ଓ ରୂପାର ଆବରଣ ଦିଆଯାଇଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଅଗଷ୍ଟ ୧୪ ତାରିଖ ରାତିରେ ନିଜ ଘରେ କେତେକ ବରିଷ୍ଟ ନେତାଙ୍କ ଉପସ୍ଥିତିରେ ଏହାକୁ ଗ୍ରହଣ କରିଥିଲେ । ଏହି ରାଜଦଣ୍ଡକୁ ନିର୍ମାଣ କରିବାକୁ ଏକ ମାସ ସମୟ ଲାଗିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com