ଜାତୀୟ

କୁତବ ମିନାର ପରିସରରେ ଖନନ ସହ ହେବ ମୂର୍ତ୍ତି ଗୁଡ଼ିକର ଆଇକନୋଗ୍ରାଫ

ନୂଆଦିଲ୍ଲୀ: କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବା ସହିତ ଆଇକନୋଗ୍ରାଫି କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସଂସ୍କୃତି ମନ୍ତ୍ରାଳୟ। ଏହାପରେ ଏଏସଆଇ ଏହାର ରିପୋର୍ଟକୁ ସଂସ୍କୃତି ମନ୍ତ୍ରାଳୟକୁ ହସ୍ତାନ୍ତର କରିବ । ଅଧିକାରୀଙ୍କ ସହ ଯାଞ୍ଚ ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି । କୁତବ ମିନାରର ଦକ୍ଷିଣରେ ଏବଂ ମସଜିଦଠାରୁ ୧୫ ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରିବ । ଅନଙ୍ଗତାଲ ଏବଂ ଲାଲକୋଟ ଦୁର୍ଗରେ ଖନନ କାର୍ଯ୍ୟ ମଧ୍ୟ କରାଯିବ । ଏହି ନିଷ୍ପତ୍ତି ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ୧୨ ଜଣିଆ ଟିମ୍ ସହିତ ଯାଞ୍ଚ କରିଥିଲେ ।୧୯୯୧ ମସିହାରୁ କୁତବ ମିନାରରେ କୌଣସି ଖନନ କାର୍ଯ୍ୟ ହୋଇ ନାହିଁ ବୋଲି ଏଏସଆଇ ଅଧିକାରୀ କହିଛନ୍ତି । ଏହା ବ୍ୟତୀତ ଅନେକ ଗବେଷଣା ବିଚାରଧୀନ ଅଛି ଯେଉଁଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com