ଜାତୀୟ

ହରିୟାଣା ଘଟଣାର ପୁନରାବୃତ୍ତି, ରାଞ୍ଚିରେ ଗାଡ଼ି ମଡ଼ାଇ ମହିଳା SIଙ୍କୁ ହତ୍ୟା

ରାଞ୍ଚି: ପ୍ରଥମେ ହରିୟାଣା, ଏବେ ଝାଡ଼ଖଣ୍ଡର ରାଞ୍ଚି । ହରିୟାଣା ଘଟଣାର ପୁନରାବୃତ୍ତି ।  ମଙ୍ଗଳବାର ଜଣେ ଡିଏସ୍‌ପିଙ୍କୁ ଗାଡି ଚଢାଉ ମାରିଦେଇଥିଲେ, ଆଉ ଆଜି ରାଞ୍ଚିରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଚେକିଂ ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମହିଳା ଅଧିକାରୀଙ୍କ ଉପରେ ଗାଡି ଚଢାଇ ମାରିଦେଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଭୋର ୩ଟା ସମୟରେ ମହିଳା ପୋଲିସ ଅଧିକାରୀ ସନ୍ଧ୍ୟା ଟୋପ୍ନୋ ରାଞ୍ଚି ଜିଲ୍ଲା ତୁପୁଦାନା ଅଞ୍ଚଳରେ ଗାଡି ଚେକିଂ କରୁଥିଲେ । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ ଆସିଥିଲା । ପିକ୍‌ଅପ୍‌ ଭ୍ୟାନ୍‌କୁ ରୋକିବାକୁ ଉଦ୍ୟମ କରିଥିଲେ ସନ୍ଧ୍ୟା ।  କିନ୍ତୁ ଡ୍ରାଇଭର ଜଣଙ୍କ ନରହି ମହିଳା ପୋଲିସଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଯାହାଫଳରେ  ମହିଳା ପୋଲିସ  ଅଧିକାରୀ ସନ୍ଧ୍ୟା ଟୋପ୍ପୋଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଗାଡି ନେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା।

ସେପଟେ ପୋଲିସ ଏସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ପୋଲିସ ଅଧିକାରୀଙ୍କ ଶବକୁ ଜବତ କରି ମେଡିକାଲକୁ ପଠାଇଛି । ଏହାସହିତ ନିକଟରେ ଲାଗିଥିବା ସମସ୍ତ ସିସିଟିଭିରୁ ତଥ୍ୟ ଯୋଗାଡ଼ କରିବା ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com