ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ରୋମାନିଆ ରାସ୍ତା ଦେଇ ବାହାର କରିବେ ଭାରତ ସରକାର, ଏମିତି ରହଛି ପୂରା ପ୍ଲାନ

ନୂଆଦିଲ୍ଲୀ() ୟୁକ୍ରେନରେ ଫସିଥିବା ଛାତ୍ର ଏବଂ ନାଗରିକଙ୍କ ସୁରକ୍ଷିତ ଘର ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତ ସରକାରଙ୍କ ଦୁଇଟି ଚାର୍ଟାର୍ଡ ଫ୍ଲାଇଟ୍ ଫେବୃଆରୀ ୨୫ ସନ୍ଧ୍ୟା ସୁଦ୍ଧା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବୁଖାରେଷ୍ଟ, ରୋମାନିଆ ପାଇଁ ଉଡାଣ ଭରିବ। ଏହି ପୂରା ଅଭିଯାନରେ ଏୟାର ଇଣ୍ଡିଆ ମଧ୍ୟ ସାହାଯ୍ୟ କରିବ।

ଯେଉଁ ଭାରତୀୟ ନାଗରିକ ସଡକ ମାର୍ଗ ଜରିଆରେ ୟୁକ୍ରେନ ଏବଂ ରୋମାନିଆ ସୀମା ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ସେମାନଙ୍କୁ ୟୁକ୍ରେନ ସ୍ଥିତ ଭାରତୀୟ ଅଧିକାରୀ ବୁଖାରେଷ୍ଟ, ରୋମାନିଆ ନେଇଯିବେ। ସେଠାରୁ ଉଡାଣ ଜରିଆରେ ଭାରତୀୟ ନାଗରିକ ସ୍ଵଦେଶ ଫେରିବେ। ଏହାର ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିବେ।

ୟୁକ୍ରେନର ରାଜଧାନୀ କିଭ ସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ଯାତ୍ରା ସମୟରେ ଦୂତାବାସର ଯୋଗାଯୋଗରେ ରହିବାକୁ କହିଛନ୍ତି। ଯାତ୍ରା ସମୟରେ ପାସପୋର୍ଟ, କୌଣସି ବି ଜରୁରୀକାଳୀନ ସ୍ଥିତି ପାଇଁ ଆମେରିକୀ ଡଲାରରେ ନଗଦ ଏବଂ ଅନ୍ୟ ଜରୁରୀ କାଗଜପତ୍ର ଏବଂ ସାମାନ ନିଜ ସାଥୀରେ ରଖିବାକୁ କୁହାଯାଇଛି। ଦୂତାବାସ କହିଛି, ଯଦି କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଅଛି, ତାହା ମଧ୍ୟ ନିଜ ପାଖରେ ରଖିଥାନ୍ତୁ। ଯାତ୍ରା ସମୟରେ ଆପଣ ଯେଉଁ ଗାଡିରେ ଯାତ୍ରା କରୁଛନ୍ତି, ତା ଉପରେ ଭାରତର ପତାକା ଲଗାଇବାକୁ ଦୂତାବାସ  କହିଛନ୍ତି।

ୟୁକ୍ରେନରେ ବଡ ସଂଖ୍ୟାରେ ଭାରତର ଡାକ୍ତରୀ ଛାତ୍ର ପାଠ ପଢୁଛନ୍ତି। ପ୍ରାୟ ୨୦ ହଜାର  ଭାରତୀୟ ସେଠାରେ ରହୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ରୁଷ ଦ୍ଵାରା ଆକ୍ରମଣ ପୂର୍ବରୁ ୟୁକ୍ରେନ ଛାଡି ସାରିଥିଲେ। ମାତ୍ର ଏୟାରସ୍ପେସ୍ ବନ୍ଦ ହେବା କାରଣରୁ ଅନେକ ଲୋକ ସେଠାରେ ଏବେ ମଧ୍ୟ ଫସି ରହିଛନ୍ତି। ଠିକଣା ସମୟରେ ଏୟାରସ୍ପେସ୍ ବନ୍ଦ ହେବା କାରଣରୁ ଏୟାର ଇଣ୍ଡିଆ ବିମାନକୁ ଫେରିବାକୁ ପଡିଥିଲା। ତେଣୁ ଭାରତ ନିଜ ନାଗରିକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉପରୋକ୍ତ ବ୍ୟବସ୍ଥା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com