ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

୪୪ ତମ ଚେସ୍ ଅଲିମ୍ପିୟାଡ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ତାମିଲନାଡୁ,୨୮/୦୭/୨୦୨୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଚେସ୍ ଅଲିମ୍ପିୟାଡର ଉଦଘାଟନ କରିଛନ୍ତି । ତାମିଲନାଡୁର ମାମଲ୍ଲାପୁରମରେ ଗୁରୁବାର ଠାରୁ ୪୪ ତମ ଚେସ୍ ଅଲିମ୍ପିୟାଡ୍ ଆରମ୍ଭ ହୋଇଛି । ସେପଟେ ପାକିସ୍ତାନୀ ଖେଳାଳି ହଠାତ୍ ଚେସ୍ ଅଲିମ୍ପିୟାଡରେ ଭାଗ ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।  ପାକିସ୍ତାନ ୪୪ ତମ ଚେସ୍ ଅଲିମ୍ପିୟାଡ୍ ରୁ ନିଜ ନାଁ ଫେରାଇନେଇଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଭାରତ ଖେଳ ପ୍ରତିଯୋଗୀତାକୁ ନେଇ ରାଜନୀତି କରୁଛି । ଏଥର ଚେସ୍ ରେ ଋଷ ଏବଂ ଚୀନ୍ ଏଥର ଭାଗ ନେଉନାହାଁନ୍ତି । ଚେସ୍ ଅଲିମ୍ପିୟାଡ୍ ରୁ ପାକିସ୍ତାନ ହଟିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ପାକିସ୍ତାନ ଖେଳରେ ଭାଗ ନନେଇ ବୟାନ ଦେଇ ଏହାକୁ ରାଜନୀତି କହୁଛି ବୋଲି  ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି । ସେପଟେ ଭାରତ ଓପନ ଏବଂ ମହିଳା ବର୍ଗରେ ତିନି–ତିନି ଟିମ୍ ସହ ଓହ୍ଲାଇବ ।  ୫ ଥର ବିଶ୍ୱ ଚାମ୍ପିୟନ ହୋଇଥିବା  ଖେଳାଳୀ ବିଶ୍ୱନାଥନ ଆନନ୍ଦ ଏଥର ଅଲିମ୍ପିୟାଡ୍ ଖେଳୁନାହାଁନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com