ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ୍‌-ଋଷ୍‌ ଯୁଦ୍ଧ ମଧ୍ୟରେ ଜେଲେନ୍‌ସ୍କିଙ୍କ ପୁରୁଣା ଭିଡିଓ ଭାଇରାଲ୍‌, ୨୦୦୬ରେ ଡ୍ୟାନ୍ସ ‘ଶୋ’ରୁ ହୋଇଥିଲେ ଲୋକପ୍ରିୟ

ନୂଆଦିଲ୍ଲୀ() ଋଷ୍ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ୍‌ ଭିତରେ ପଶି ୪ ଦିନ ହେବ ଆକ୍ରମଣ ଜାରି ରଖିଛି ଋଷ୍‌ । ଏହାରି ଭିତରେ ୟୁକ୍ରେନ୍‌ର ସାହସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଋଷ୍‌ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପ୍ରଶଂସା ଏବେ ଚାରିଆଡ଼େ ହେଉଛି । ଏହାରି ମଧ୍ୟରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେଉଛି । ୨୦୦୬ ମସିହାରେ ସେ ଏକ ଡ୍ୟାନ୍ସ ରିଆଲିଟି ସୋରେ ଅଂଶଗ୍ରହଣ କରି ବେଶ ଲୋକପ୍ରି ହୋଇପାରିଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ସେୟାର ହେବାରେ ଲାଗିଛି।
ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜେଲେନ୍‌ସ୍କି ତାଙ୍କ ସହଯୋଗୀ ଷ୍ଟାରଙ୍କ ସହିତ ଷ୍ଟେଜ୍‌ରେ ଡ୍ୟାନ୍ସ କରୁଥିବା ଦେଖାଯାଉଛି । ତାଙ୍କ ଡ୍ୟାନ୍ସ ଦେଖି ଦର୍ଶକ ଉତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି । ଏଥିରେ ତାଙ୍କ ପାର୍ଟନର୍‌ ଓଲେନା ଶୋପ୍ଟେଙ୍କୋ ରହିଛନ୍ତି । ୨୦୦୬ରେ ହୋଇଥିବା ଏହି ଡ୍ୟାନ୍ସର ପ୍ରୋଗ୍ରାମ ଡେବ୍ୟୁ ସିଜିନ୍‌ରେ ହିଁ ସେ ଶୋ ଜିତିଥିଲେ ।

ତେବେ ଏହାର ଏକ ଛୋଟ ଛୋଟ ପାର୍ଟ କାଟ୍‌ ଆବୁ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ ଆପଣ କଳ୍ପନା କରୁଥିବା ଡ୍ୟାନ୍ସ ଠାରୁ ଏହା ଆହୁରି ଉନ୍ନତ । ତେଣୁ ଜେଲେନ୍‌ସ୍କି ତାଙ୍କ କୋ-ଷ୍ଟାରଙ୍କ ସହିତ ଏହି ଡେବ୍ୟୁ ସିଜନ୍‌ ଶୋର ବିଜେତା ହୋଇଥିଲେ । ତେବେ ଏହି କ୍ଲିପ୍‌ଟି ସେୟା ହେବା ପରେ ଏହାକୁ ୧ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଟ୍ୱିଟର୍ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ମତ ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com