ଓଡ଼ିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ରାଜ୍ୟ ସରକାର ଓ ASIକୁ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ପ୍ରକଳ୍ପ କ’ଣ ପାଇଁ ବନ୍ଦ ହୋଇଥିଲା ସେ ଆଧାରର ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ତଲବ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୧୭ ତାରିଖ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦରି ଚାରିପାଖରେ କ’ଣ ନିର୍ମାଣ ହେଉଛି ତାହା ଜଣାଇବାକୁ, ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି ନା ନାହିଁ ତାହା ଜଣାଇବାକୁ ଓ ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ ତାହା ଜଣାଇବାକୁ ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ଏଥିସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ ତାରିଖରେ କରାଯିବ ବୋଲି ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ଏହି ପ୍ରକଳ୍ପକୁ ନେଇ ବିଜେପି ଓ ବିଜେପି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ସେହିପରି ପରିକ୍ରମା ପ୍ରକଳ୍ପ ବିବାଦ ଉପରୁ ଧ୍ୟାନ ହଟାଇବା ପାଇଁ ବିଜେଡି ସରକାର ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ସୃଷ୍ଟି କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com