ଓଡ଼ିଶା

ବିପୁଳ ପରିମାଣର କଫ୍ ସିରପ୍ ଓ ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା() ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଗ୍ରାମରେ ଅବକାରୀ ପୋଲିସର ଚଢ଼ାଉ । ୩ଶହ ବୋତଲ କଫ୍ ସିରପ୍ ଓ ୨ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ସେହି ଗ୍ରାମର ଗଣେଶ କୁମାର ପାତ୍ରକୁ ଗିରଫ କରିଛି ଅବକାରୀ ବିଭାଗ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ନିର୍ବାଚନ ସମୟରେ ବେଆଇନ ମଦ ଓ ନିଶା କାରବାର ବନ୍ଦ ଲାଗି ଅବକାରୀ କମିଶନରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । ସେହି ଅନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁବୁସାହିରେ ଅଭିଯୁକ୍ତ ଗଣେଶ ନିଶା କାରବାର କରୁଥିବା ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ସକାଳ ସମୟରେ ଉକ୍ତ ଗ୍ରାମରେ ଚଢାଉ କରି ତାଙ୍କୁ କାବୁ କରିଥିବା ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ଝାସ କେତନ ବରିହା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com