ଓଡ଼ିଶା

ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ଗାମୁଛାରେ ବାନ୍ଧି ମାଡ ମାରିଲେ ସହପାଠୀ

ସମ୍ବଲପୁର() ସମ୍ବଲପୁରସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ତାଙ୍କର ୨ ଜଣ ସହଯୋଗୀ ଉଲଗ୍ନ କରିବା ସହ ଚପଲରେ ବାଡେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପ୍ରଭାତ ବେହେରାଙ୍କ ପୁଅ ବିକାଶରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଗତ ୧୭ ତାରିଖରେ ୨ଜଣ ସହପାଠୀ ପୀଡିତଙ୍କୁ ଗୋଟିଏ ରୁମକୁ ନେଇଥିଲେ । ସେଠାରେ ଗାମୁଛାରେ ତାଙ୍କୁ ବାନ୍ଧି ଉଲଗ୍ନ କରି ଚପଲରେ ମାଡ ମାରିଥିଲେ । ଆଉ ଏହି ଘଟଣାକୁ ଅନ୍ୟ ୬ ଜଣ ଛାତ୍ର ଉପଭୋଗ କରିଥିଲେ । ଏନେଇ ଓ୍ବାଡେନଙ୍କୁ ଜଣାଇବା ପରେ ବି ସେ ଘଟଣାକୁ ଚପାଇଥିଲେ | ଫଳରେ କୌଣସିମତେ ୩ ଦିନ ପରେ ଖବରପାଇ ଅଭିଭାବକ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ୮ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିଥିବା କହୁଛନ୍ତି | ସେପଟେ ଓ୍ବାଡେନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ଯାନୁଷ୍ଠାନ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com