ଓଡ଼ିଶା

ମଥୁରାରୁ ଉଦ୍ଧାର ହେଲେ ରାଜଧାନୀର ୨ଦୃଷ୍ଟିହୀନ ନାବାଳିକା, ଅପହରଣ ନେଇ ହୋଇଥିଲା ଅଭିଯୋଗ

ଭୁବନେଶ୍ୱର : ଶେଷରେ ଉଦ୍ଧାର ହେଲେ ରାଜଧାନୀରୁ ଅପହରଣ ହୋଇଥିବା ୨ ଦୃଷ୍ଟିହୀନ ନାବାଳିକା । ୨ ଦୃଷ୍ଟିହୀନ ନାବାଳିକାଙ୍କୁ ଉଦ୍ଧାର କରିଛି ମଥୁରା ରେଲୱେ ପୋଲିସ । ନାବାଳିକାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ରେଲୱେ ପୋଲିସ । କମିଶନରେଟ୍ ପୋଲିସ ଯୋଗଯୋଗରେ ଅଛି ମଥୁରା ରେଲୱେ ପୋଲିସ ।
ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ବିନୋଦିନୀ ସାମଲ ଓ ସ୍ୱୌମ୍ୟା ଶ୍ୱେତା ବେହେରା କେଉଁଆଡେ ନିଖୋଜ ହୋଇଯାଇଥିଲେ । ବିନୋଦିନୀ ସକାଳେ ହଷ୍ଟେଲରୁ କ୍ଲାସ୍ ଯାଉଛୁ କହି ଆଉ ଫେରି ନଥିଲେ । ଏପରିକି ତାଙ୍କ ରୁମରୁ ଏକ ଅଡିଓ ରେକର୍ଡ ମଧ୍ୟ ଉଦ୍ଧାର ହୋଇଥିଲା ।
ସେ କଲେଜ୍ ଗେଟ୍ ପାଖ ରୁ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ । ଏହାସହ ତାଙ୍କ ହ୍ୱାଟସ ଆପ୍ ଗ୍ରୁପରୁ ବି ଲେଫ୍ଟ ହୋଇଯାଇଥିଲେ । ଏନେଇ ତାଙ୍କ ରୁମ୍ ମେଟ୍ ଜଣାଇଥିଲେ । ସେହିପରି ଅନ୍ୟ ଜଣେ ସୌମ୍ୟା ଶ୍ୱେତା ବେହେରା ଘରୁ ଚାଲିଯାଇଥିବା ଜଣାପଡିଛି । ଏସବୁ ପଛରେ ଅପହରଣ ନାଁ ଆଉ କିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com