ଓଡ଼ିଶା

ପୂର୍ଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା

ବ୍ରହ୍ମପୁର : ପୂର୍ଣ୍ୟାତ୍ମା ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାତା ସଂଘ ବ୍ରହ୍ମପୁର ତରଫରୁ ଦିବଂଗତ ଆଠ ଜଣ ସଦସ୍ୟ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ବ୍ରହ୍ମପୁର ସ୍ବେଛାକୃତ ରକ୍ତଦାତା ସଂଘ ( avbd, Orissa) ତରଫରୁ ଦିବଂଗତ ଆଠ ଜଣ ସଦସ୍ୟ ଙ୍କ ଉଦ୍ଦେଶ୍ୟ ରେ ଏ କ ଶ୍ରଦ୍ଧାଞ୍ଜଳି ସଭା ନିକଟସ୍ଥ ଗାନ୍ଧୀ ମାର୍କେଟ ପରିସରସ୍ଥ ଫ୍ରେଣ୍ଡସ ହେଲ୍ପିଂ ସଭା ଗୃହରେ ସଭାପତି ରମାକାନ୍ତ ରଥ ଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଟିତ ହୋଇଯାଇଛି।
ସର୍ବ ପ୍ରଥମେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ କରୋନା କାଳଖଣ୍ଡ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦେହାନ୍ତ ହୋଇଥିବା ଭି ଆର୍ ରାଜୁ ସହ ଅନ୍ୟ ସାତ ଜଣ ସଦସ୍ୟ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଦୁଇ ମିନ ଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରତିଷ୍ଟା ତା ସଭାପତି ଇ ତେଜେଶ୍ୱର ରାଓ, ସମ୍ପାଦକ ଜେ ସୁରେଶ୍, ବର୍ତ୍ତମାନ ର ସଭାପତି ରମାକାନ୍ତ ରଥ, ସମ୍ପାଦକ ସୁଶାନ୍ତ କୁମାର ଘୋଷ, ଭି ସନ୍ତୋଷ କୁମାର, ଉପସଭାପତି ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ରଜନୀ ବକ୍ସି, ସତ୍ୟକାମ୍ ପାତ୍ର, ବି ଲକ୍ଷ୍ମୀ ନାରାୟଣ ପାତ୍ର, ଡାକ୍ତର ପ୍ରକାଶ ରାଓ ପ୍ରମୁଖ ବିଶେଷ ତଃ ଅଶେଷ ପ୍ରେରଣାର ଉତ୍ସ ଭି ରାଜେଶ୍ୱର ରାଜୁ ଓ ଅନ୍ୟ ମାନଙ୍କ ସଂଘ ପ୍ରତି କର୍ତ୍ତବ୍ୟ, ରକ୍ତର ଅଭାବ ଅନୁଭବ ସମୟରେ ସେମାନଙ୍କ ସମର୍ପଣ ମନୋଭାବ, ଉତ୍ସାହ ପ୍ରଦ ପ୍ରେରଣା ଆଦି ଉପରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ୨୦୦୦ ମସିହା ଓଡ଼ିଶା ଦିବସରେ ଜନ୍ମ ଗ୍ରହଣ କରିଥିବା ରକ୍ତଦାନ ସଂଘ ଆଜି ୨୩ ବର୍ଷ ଧରି ତାର ସେବା ଅବ୍ୟାହତ ରଖି ଅଭାବ ସମୟରେ (୨୦୦୩ ରେ ୮୫୬ ୟୁନିଟ୍ ଓ ୨୦୦୪ ମସିହାରେ ୧୧୨୨ ୟୁନିଟ ସଂଗ୍ରହ କରି ନିଜ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲା ଏ ବମ ୫୨ ସପ୍ତାହରେ ଧାରାବାହିକ ଶତାଧିକ ୟୁନିଟ ସଂଗ୍ରହ କରି ଓଡ଼ିଶାରେ ରେକର୍ଡ ସୃଷ୍ଟି କରିଛି) ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିଥିଲା। ସୁତରାଂ ଏଭଳି ଏକ ପୂଣ୍ୟ ତିଥିରେ ସ୍ମୃତି ଚାରଣ ପାଇଁ ଜଗଡିଶ୍ୱର ରାଓ, ଭି ଭି ରାକୁ,ପି,କିରଣକୁମାର, ଡ଼, ପ୍ରକାଶ ରାଓ, ଇ ରଘୁନାଥ ମ, ଓ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥଲେ। ଶେଷରେ ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com