Featuredଓଡ଼ିଶା

BMCର ନିର୍ଦ୍ଦେଶନାମା: ରାଜଧାନୀର ରାଜରାସ୍ତାରେ ଗାଈଗୋରୁ ବୁଲିଲେ ମାଲିକ ଦେବେ ଜରିମାନା

ହକି ବିଶ୍ୱକପକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀ ଭୁବନେଶ୍ୱରରେ ଗାଈଗୋରୁ ବୁଲି ପାରିବେନି । କୌଣସି ସ୍ଥାନରେ ଗାଈଗୋରୁଙ୍କୁ ଦେଖିଲେ ସେମାନଙ୍କୁ ବିଏମସି କାବୁ କରି ସହର ବାହାରେ ଛାଡ଼ିଦେବ । ଏଥିସହିତ ଗାଈ ମାଲିକଙ୍କ ଉପରେ ଜରିମାନା ଲାଗୁ ହେବ । ଏନେଇ ବିଏମସି ପକ୍ଷରୁ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି ।ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ ଖେଳାଯିବ । ତେଣୁ ଏହାକୁ ନେଇ ବିଏମସି ପକ୍ଷରୁ ରାଜଧାନୀର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ରାସ୍ତାଘାଟରେ କେମିତି ଭିଡ଼ ନ ଜମିବ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ବିଶ୍ୱକପ ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ରାଜଧାନୀରେ ଅବସ୍ଥାନ କରିବେ । ତେଣୁ ରାସ୍ତାଘାଟରେ ଗାଈଗୋରୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com