ଓଡ଼ିଶା

ପରିମଳ ଓ ଆବର୍ଜନା ପରିଚାଳନା ନେଇ କର୍ମଶାଳା, ନିଜ ଘର ପରି ଆଖପାଖ ପରିଷ୍କାର ରଖିବାକୁ ପରାମର୍ଶ

ଭୁବନେଶ୍ୱର, ୨୮/୦୬/୨୦୨୨ – ପରିମଳ ଓ ଆବର୍ଜନା ପରିଚାଳନା ନେଇ ମଙ୍ଗଳବାର ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମ ଏବଂ ସିଫାରର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ପରିମଳ ଏବଂ ପରିଚ୍ଛନ୍ନତା ରକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଭୁବନେଶ୍ୱର ଏକ ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲେ ବି ଡ୍ରେନ୍ ଓ ଆବର୍ଜନା ତଥାବି ଏକ ବଡ ସମସ୍ୟା ଭାବେ ରହିଆସିଛିିି । ବିଶେଷ କରି ବସ୍ତି ଭିତରେ ଆବର୍ଜନା ମୁଣ୍ଡବିନ୍ଧାର କାରଣ ପାଲଟିଛି । । ଭୁବନେଶ୍ୱର ମେୟର ସୁଲୋଚନା ଦାଶ ଏଥିରେ ଯୋଗଦେଇ ଆବର୍ଜନାକୁ ବିଏମ୍‌ସି ଆବର୍ଜନା ଗାଡିରେ ପକାଇବା ସହ ନିଜ ପାଇଖାନା ଟାଙ୍କିକୁ QR କୋର୍ଡ ମାଧ୍ୟମରେ ବିଏମସିର ମେସିନ ଲଗାଇ ସଫା କରିବାକୁ ପରାମର୍ଶ ଦେଇଥିଲେ । ନିଜ ଘର ପରି ଆଖପାଖ ପରିଷ୍କାର ରଖିବା ପାଇଁ ଯତ୍ନବାନ ହେବାକୁ ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ, ସିଫାର୍ ର  ପ୍ରକଳ୍ପ ନିର୍ଦ୍ଦେଶକ ଯୁଗଳ ନାୟକଙ୍କ ସମେତ ଅନେକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com