ଓଡ଼ିଶା

ମାଆକୁ ମାରିଦେଲା ନାବାଳକ ପୁଅ, ଡ୍ରେସ ନଦେବାରୁ ଟାଙ୍ଗିଆରେ ଆକ୍ରମଣ

କେନ୍ଦୁଝର: ନାବାଳକ ପୁଅର ନାରକୀୟ କାଣ୍ଡ । ଡ୍ରେସ କିଣିବାକୁ ଟଙ୍କା ଦେଲାନି ବୋଲି ମାଆକୁ ହାଣିଦେଲା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ମାଆକୁ ଟାଙ୍ଗିଆରେ ହାଣି ମାରିଦେଇଛି ୧୦ବର୍ଷର ପୁଅ । ଅଭିଯୋଗ ଅନୁସାରେ ମୁଗ ସାନ୍ତାଙ୍କର ପୁଅ ରଜରେ ଡ୍ରେସ୍ କିଣିବା ପାଇଁ ଟଙ୍କା ମାଗିଥିଲା । ଏଥିପାଇଁ ମାଆ ପୁଅକୁ ଟଙ୍କା ଦେଇପାରି ନଥିଲେ ।

ମାଆ ପାଖରେ ଟଙ୍କା ନଥିବାରୁ ପୁଅକୁ ଡ୍ରେସ କିଣିବାକୁ ପଇସା ଦେଇପାରିନଥିଲେ  । ଫଳରେ ପୁଅ ଏଥିରେ ଉତ୍ତ୍ୟକ୍ତ ହୋଇ ଯାଇଥିଲା  । ଏବଂ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା  । ପରେ ନିଜେ ଯାଇ ଗାଁ ଲୋକଙ୍କୁ ହତ୍ୟା କରିଥିବା ନେଇ ଖବର ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିଥିବାବେଳେ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com