ଓଡ଼ିଶାଶିକ୍ଷା

ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଗଞ୍ଜାମର ୧୦୭ ବିଦ୍ୟାଳୟ ରୂପାନ୍ତରୀତ ହେବ

ଛତ୍ରପୁର, ୧୨ /୧୦/୨୦୨୨-   ୫-ଟି ଅଧୀନରେ ଗଞ୍ଜାମ ଜିଲ୍ଲାର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବା ନେଇ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ମଙ୍ଗଳବାର ଓସ୍ବାନ୍ ଭିସି. ମାଧ୍ୟମରେ ଜଣାଇଛନ୍ତି । ଏହି ରୂପାନ୍ତରୀକରଣ କେବଳ ଜଣେ ବ୍ୟକ୍ତିଗତ ଭାବେ ଚାହିଁଲେ ହେବ ନାହିଁ, ସାମୁହିକ ଉଦ୍ୟମ ଦ୍ଵାରା ହିଁ ସମସ୍ତ କାର୍ଯ୍ୟ ଗୁଡିକ ସମ୍ଭବ ହୋଇପାରିବ । ଏଣୁ କରି ସମସ୍ତଙ୍କ ସହ ଭାଗିତା ଏକାନ୍ତ ଜରୁରୀ । ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ଯେଉଁ ସବୁ ବିଦ୍ୟାଳୟ ଗୁଡିକ ରୂପାନ୍ତରିକରଣ ହୋଇଛି, ସେଗୁଡିକର ରକ୍ଷଣା ବେକ୍ଷଣ ଓ ପରିଚାଳନା ସଠିକ କରିବା ନେଇ ସମସ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ସମସ୍ତ ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରି ଜମି ଅଧିକାର ପ୍ରଦାନ କରନ୍ତୁ । ସମସ୍ତ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ, ଇଣ୍ଟର୍ନେଟ ସଂଯୋଗ, ସୁନ୍ଦର ଖେଳ ପଡିଆ, ଉତ୍ତମ ଶ୍ରେଣୀ କକ୍ଷ, ପାଠାଗାର, ବିଦ୍ୟାଳୟର ସୌନ୍ଦର୍ଯୀକରଣ ସହିତ ସମସ୍ତ ବିଦ୍ୟାଳୟକୁ ରାସ୍ତା ଯେପରି ସଂଯୋଗ ହେବ ସେଥିପାଇଁ ଗୁରୁତ୍ଵ ଦେବାକୁ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍-ଟି ସଚିବ ପାଣ୍ଡିଆନ ଏ ଯାବତ୍ ୪୮୯୦ ସ୍କୁଲ ସହିତ ସିଧା ସଳଖ କଥା ହେଉଥିବା ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା  ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିଙ୍କୁ ବିଶ୍ଵସ୍ତରୀୟ କରିବା ଲକ୍ଷ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ଉନ୍ନତି ଆଣିବା,  ଭିତ୍ତି ସଂରକ୍ଷଣ ଏବଂ ଛାତ୍ରଛାତ୍ରୀ ମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇପାରିବ ସେଥି ସକାଶେ ଗ୍ରହଣ କରାଯାଉଥିବା ସରକାରଙ୍କ ପ୍ରୟାସକୁ ଜାରି ରଖିବା ଦିଗରେ ସରକାରୀ ଅଧିକାରୀ ମାନଙ୍କର କର୍ତ୍ତବ୍ୟ ଅପରିହାର୍ଯ୍ୟ ବୋଲି ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ ଫାଇଭ୍-ଟି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣରେ ପ୍ରଥମ ପର୍ଯ୍ୟାୟରେ ୧୩୩ ଗୋଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ରୂପାନ୍ତରିତ ହୋଇଛି । ଏହି ରୂପାନ୍ତରିକରଣ ଫଳରେ ଛାତ୍ର ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି । ପୂର୍ବରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ଆଉ ବିଦ୍ୟାଳୟ ଛାଡି ଯାଉ ନାହାନ୍ତି । ପାଠ ପଢାର ମାନ ବୃଦ୍ଧି ଘଟୁଛି । ଏଣୁ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ୧୦୭ ଗୋଟି ବିଦ୍ୟାଳୟ ରୂପାନ୍ତରୀକରଣ ହେବ । ବିଶେଷ କରି ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ହେଲେନ୍ କେଲର ବଧିର ବିଦ୍ୟାଳୟର ଛାତ୍ର ଦ୍ବୟ ସ୍କୁଲ ରୂପାନ୍ତରୀକରଣ ହେଲେ ଦୃଶ୍ୟ ଦେଖି ପଢିବା ସୁବିଧା ହେବ ବୋଲି ବ୍ୟକ୍ତ କରି ଖୁସି ଜାହିର କରିଥିଲେ । ସେହିପରି ରେଡକ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟର  ଛାତ୍ରୀ ମଧ୍ୟ ଖୁସି ପ୍ରକାଶ କରିଥିଲେ ।

ବିଦ୍ୟାଳୟର ରୂପାନ୍ତର ସକାଶେ ସେମାନେ ଖୁସି ପ୍ରକଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ଯୋଗୁଁ କୃତଜ୍ଞତା ଜଣାଇବା ସହିତ ୫-ଟି ସଚିବଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,  ଜିଲ୍ଲା ପରିଷଦ ଗଞ୍ଜାମ ଭି.କୀର୍ତ୍ତିଭାସନ୍,  ଛତ୍ରପୁର ଉପଜିଲ୍ଲାପାଳ, ପ୍ରୋବେସନାରୀ ଅଧିକାରୀ ଧୀନା,  ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ଅତିରିକ୍ତ ଜିଲ୍ଲା ଅଧିକାରୀ ପବିତ୍ର ମୋହନ ସାହୁ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଯନ୍ତ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com