ଓଡ଼ିଶାଜାତୀୟଶିକ୍ଷା

ନିୟୁ ଇଣ୍ଡିଆ ଲିଟରାସି ପ୍ରୋଗ୍ରାମରେ ଓଡ଼ିଶାର ୭ଟି ଜିଲ୍ଲା ସାମିଲ ହେବ

 ଭୁବନେଶ୍ୱର, ୦୩/୧୧/୨୦୨୨ –  ଯେଉଁମାନେ ପାଠ ପଢ଼ିନଥିବେ ବା ଯେଉଁମାନେ ଅଧାରୁ ପାଠ ଛାଡ଼ିଥିବେ, ସେମାନଙ୍କୁ ସାକ୍ଷର କରାଯିବ ।ଏଥିପାଇଁ କେନ୍ଦ୍ର ସରକାରଙ୍କ ନିୟୁ ଇଣ୍ଡିଆ ଲିଟରାସି ପ୍ରୋଗ୍ରାମରେ ଓଡ଼ିଶାର ୭ଟି ଜିଲ୍ଲା ସାମିଲ ହେବ । ୨୦୧୧ ଜନଗଣନା ଅନୁସାରେ ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, ଗଜପତି କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସାକ୍ଷରତା ହାର କମ ରହିଛି । ଏସବୁ ଜିଲ୍ଲାର ୧୫ରୁ ୩୫ ବର୍ଷ ବ୍ୟକ୍ତିମାନଙ୍କୁ ଏଥିରେ ସାମିଲ କରାଯିବ ।

ଶିକ୍ଷାଦାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଏନସିସି ଓ ଏନଏସଏସ କ୍ୟାଡେଟଙ୍କ ସମେତ ଶିକ୍ଷକଙ୍କୁ ସାମିଲ କିରବାକୁ ଯୋଜନା ରହିଛି । ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପରେ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହେବ । ବ୍ୟୟ ଅଟକଳ, ଲୋକଙ୍କ ତାଲିକା ଓ କାର୍ଯ୍ୟକାରିତାର ପ୍ଲାନ ପ୍ରସ୍ତୁତ କରିବାକୁ ଏସବୁ ଜିଲ୍ଲାର ଶିକ୍ଷାଧିକାରଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com