ଜାତୀୟ

ପରଲୋକରେ ରାଇନାଙ୍କ ବାପା

ମୁମ୍ବାଇ: କର୍କଟ ରୋଗ ସହ ଲଢ଼ି ହାରିଗଲେ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ବାପା। ଗତ କିଛି ଦିନ ଧରି ରାଇନାଙ୍କ ବାପା ତ୍ରିଲୋକଚନ୍ଦ ରାଇନା କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଏନେଇ ତାଙ୍କର ଚିକିତ୍ସା ମଧ୍ୟ କରାଯାଉଥିଲା। କିନ୍ତୁ ଆଜି ମଧ୍ୟାହ୍ନରେ ସେ କର୍କଟ ରୋଗ ସହ ଲଢ଼ୁଥିବା ଲଢ଼େଇ ହାରିଯାଇଛନ୍ତି। ତ୍ରିଲୋକଚନ୍ଦ ରାଇନା ଜଣେ ପୂର୍ବତନ ସେନା ଅଧିକାରୀ ଥିବା ବେଳେ ଗାଜିଆବାଦସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।

Suresh Raina's father dies after losing battle with cancer (Twitter Photo)

ଉଲ୍ଲେଖଯୋଗ୍ୟ, ରାଇନାଙ୍କ ବାପାଙ୍କ ପୈତୃକ ଗ୍ରାମ ହେଉଛି ଜମ୍ମୁ କଶ୍ମୀରରେ ଥିବା ‘ରାଇନାୱାରୀ’ରେ। ୧୯୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ପରେ ତାଙ୍କ ବାପା ଗାଁ ଛାଡିଥିଲେ। ସେଠାରୁ ଆସି ପୂରା ପରିବାର ମୁରାଦନଗର ସହରରେ ବସବାସ କରିବା ଆରମ୍ଭ କଲେ। ସେ ସମୟରେ ତାଙ୍କ ବାପାଙ୍କର ୧୦, ୦୦୦ ଟଙ୍କା ଦରମା ଥିଲା ଏବଂ ସେ ସୁରେଶଙ୍କ ପାଇଁ ଦରକାର ହେଉଥିବା କ୍ରିକେଟ୍ କୋଚିଂ ଫି ଦେଇପାରିନଥିଲେ। ଏଥିପାଇଁ ରାଇନାଙ୍କୁ ୧୯୯୮ ରେ ଲକ୍ଷ୍ନୌର ଗୁରୁ ଗୋବିନ୍ଦ ସିଂ କ୍ରୀଡା ମହାବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com