ଓଡ଼ିଶା

ବେଆଇନ କୋଇଲା କାରବାରର ହଟ୍ ସ୍ପଟ୍ ପାଲଟିଛି ଖୁଣ୍ଟୁଣୀ, ବଢୁଛି ମାଫିଆଙ୍କ ରାଜୁତି

ଆଠଗଡ() ଖୁଣ୍ଟୁଣୀ ଅଞ୍ଚଳ ଏବେ ବେଆଇନ କୋଇଲା ମାଫିଆଙ୍କ ରାଜ । ଆଠଗଡ଼ ଏବଂ ଖୁଣ୍ଟୁଣୀ ଅଞ୍ଚଳ ଦେଶୀ ମଦ ଏବଂ ବିଦେଶୀ ମଦ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ବେଆଇନ କୋଇଲା କାରବାର ହଟ୍ ସ୍ପଟ୍ ପାଲଟିଛି । ଖୁଣ୍ଟୁଣିର ୫୫ ନମ୍ବର ଜାତୀୟ ରାଜ ପଥ ଦେଇ ପ୍ରତିଦିନ ଶହ ଶହ ଟ୍ରକ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ହୋଇଥାଏ ।

ଏହା ବ୍ୟତୀତ ବିଭିନ୍ନ ସ୍ଥାନକୁ ନେଇ ଯାଉଥିବା କୋଇଲା ବୋଝେଇ ଟ୍ରକ ଗାଡ଼ିରୁ ସ୍ଥାନୀୟ ଅଞ୍ଚଳରେ ଗଢ଼ି ଉଠିଥିବା ବିଭିନ୍ନ କମ୍ପାନୀ ମାନଙ୍କୁ ଆସୁଥିବା କୋଇଲା ସବୁକୁ ବେଆଇନି ଭାବେ ବିଭିନ୍ନ ସ୍ଥାନରେ ଖାଲି କରାଯାଇ ଗଛିତ ରଖାଯାଇ ଚଢ଼ା ଦରରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ଏହାକୁ ବିକି କୋଇଲା ମାଫିଆ ମାନେ ମାଲେମାଲ୍ ହେଉଛନ୍ତି ଏହି କାରବାର କରାଯାଉଛି ଖୁଲମଖୁଲା ସ୍ପଷ୍ଟ ଦିବାଲୋକରେ ।

ଖୁଣ୍ଟୁଣି ଥାନା ଅଧୀନରେ ଥିବା ଏହି ଅଞ୍ଚଳଗୁଡିକ ଯେମିତି ପୋଲିସ୍ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ଖବରରୁ ପ୍ରକାଶ ଯେ ପୂର୍ବରୁ ଖୁଣ୍ଟୁଣୀ ଅଂଚଳରେ ଚାଲିଥିବା ବେଆଇନି ନକଲି ଦେଶୀ ବିଦେଶୀ ମଦର ପ୍ରସ୍ତୁତ ଉପରେ ଲଗାମ ଲଗାଇବା ସହ ବାରମ୍ବାର ସେହି ସ୍ଥାନ ମାନଙ୍କରେ ଚଢ଼ାଉ କରୁଥଲେ ତତ୍କାଳୀନ ଖୁଣ୍ଟୁଣୀ ଥାନା ଅଧିକାରୀ ସୂଚିତ୍ର ବୀର୍ଯ୍ୟ ଦାସ ଏହି କାରବାରକୁ ସଂପୂର୍ଣ୍ଣ ଭାବେ ରୋକ୍ ଲଗାଇବା ସହ ବନ୍ଦ କରିବାରେ ସଫଳ ହୋଇଥିଲେ ।

ବେଆଇନ ଭାବେ ଚାଲିଥିବା କୋଇଲା ଵେବସାୟକୁ ଠପ୍ କରିଦେଇଥିଲେ । କିନ୍ତୁ ତାଙ୍କର ବଦଳି ପରେ ପୂଣି ଆରମ୍ଭ ହୋଇଥିଲା ସେହି ନକଲି ଦେଶୀ ବିଦେଶୀ ମଦର ପ୍ରସ୍ତୁତ ସହ ସାରା ରାଜ୍ୟକୁ ଚାଲାଣ ସାଙ୍ଗକୁ କୋଇଲା ମାଫିଆଙ୍କ ରାଜ୍ ।

କୋଇଲା ବୋଝେଇ ଟ୍ରକରୁ କୋଇଲା ଖାଲିକରିବା ପରେ ତାଉପରେ ପାଲ ଓ କପଡା ପକାଇ ରଖିଥାନ୍ତି ଏହି ଭଳି ଦୃଶ୍ୟ ଦେଖିବା ଓ ଚାଲୁଥିବା ବେଳେ କେମିତି ପ୍ରଶାସନ ନଜର ପଡୁନି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହା ଛଡା କାହା ନିର୍ଦେଶରେ ଏହି କୋଇଲା ଵେବସାୟ ଚାଲିଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏହି କାରବାରକୁ ପ୍ରଶୟ ଦେଉଥିବା ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com