ଓଡ଼ିଶା

ILS ନିର୍ଦ୍ଦେଶକଙ୍କ ଅଜୟ ପରିଡାଙ୍କ ଦେହାନ୍ତ, ଗୌହାଟୀରେ ପରଲୋକ ନେଇ ସୂଚନା

ଭୁବନେଶ୍ୱର: ILS ନିର୍ଦ୍ଦେଶକଙ୍କ ଅଜୟ ପରିଡାଙ୍କ ଦେହାନ୍ତ । ଗୌହାଟୀରେ ଡାକ୍ତର ଅଜୟ ପରିଡାଙ୍କ ଦେହାନ୍ତ ହୋଇଛି । ତାଙ୍କ ପରଲୋକ ନେଇ ILS ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି ।

ତେବେ ମିଳିଥିବା ଖବର ଅନୁଯାୟୀ, ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୌହାଟୀରେ ଚାଲିଥିବା ଏକ ପ୍ରେସ୍‌ କନ୍‌ଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । କିନ୍ତୁ କଣ ପାଇଁ ଅଜୟ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହୁଏତ ଆଉ କିଛି ସମୟ ପରେ ILS ନିର୍ଦ୍ଦେଶକଙ୍କ ମୃତ୍ୟୁ କିପରି ହେଲା , ସେନେଇ ସ୍ପଷ୍ଟ ସୂଚନା ମିଳିପାରେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ILS ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ପରୀକ୍ଷଣ ( ଟେଷ୍ଟିଂ)ର ତାଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା । ଏଭଳି କଠିନ ସମୟରେ ଆମେ କଣ କରିବା ଉଚିତ୍‌, କଣ ନକିରବା ଉଚିତ୍‌ । ସେନେଇ ରାଜ୍ୟବାସୀଙ୍କୁ ଅବଗତ କରାଉଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com