ଓଡ଼ିଶା

ବସ୍ ଧକ୍କାରେ ବିଜେପି ଯୁବନେତା ଭିକାରୀ ସେଠୀଙ୍କ ମୃତ୍ୟୁ

ସାନଖେମୁଣ୍ଡି: ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତା ତଥା ଦିଗପହଣ୍ଡି ଥାନା ସମ୍ମୁଖରେ ବସ୍ ଧକ୍କାରେ ବିଜେପି ଯୁବନେତା ଭିକାରୀ ସେଠୀଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ୭ଟା ୩୦ମିନିଟ୍‌ରେ ଭିକାରୀ ସେଠୀ ନିଜ ମୋଟର ସାଇକେଲ ନମ୍ବର ଓଡି୦୭ସି୧୧୬୩ ଯୋଗେ ଦିଗପହଣ୍ଡିରୁ ଅନଙ୍ଗପୁର ଯାଉଥିଲେ । ସେହି ସମୟରେ ଦିଗପହଣ୍ଡି ଥାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ‘ହରିହର’ ନାମକ ବସ୍‌ର ଗୋଟିଏ ଚକା ଫାଟିଯିବା ଫଳରେ ଭାରସାମ୍ୟ ହରାଇ ଭିକାରୀ ସେଠୀଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ବାଇକ୍‌ରୁ ପଡ଼ି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ସେଠାରୁ ପୋଲିସ ଗାଡ଼ିରେ ଭିକାରୀଙ୍କୁ ଦିଗପହଣ୍ଡି ମେଡ଼ିକାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ମେଡିକାଲ ପରିସରରେ ଜନଗହଳି ଦେଖିବାକୁ ମିଳିଥିଲା । ମୃତ୍ୟୁ ବେଳେ ତାଙ୍କ ସ୍ତ୍ରୀ ମେଡିକାଲରେ ଉପସ୍ଥିତ ଥିଲେ । ସେ ବିଜେପି ଦଳର ଜଣେ ଦକ୍ଷ ଯୁବ ନେତା ଭାବେ ଅଞ୍ଚଳରେ ନିଜର ସ୍ବତନ୍ତ୍ର ନାମ ଅର୍ଜନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com