ଓଡ଼ିଶା

କରୋନା ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର : ପୁଣି ଥରେ ବଢ଼ିବାରେ ଲାଗିଛି କୋରୋନା ମାମଲା । ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଉଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୧୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ବି କୋରୋନା ମାମଲା ବଢ଼ିଛି । ସଂକ୍ରମଣ ପୁଣି ଥରେ ବଢୁଥିବାରୁ ଲକ୍ଷଣ ଥିଲେ ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏଥିସହ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ଗତ ୭ ଦିନର ଟ୍ରେଣ୍ଡ ଦେଖିଲେ ରାଜ୍ୟରେ ୨ ଅଙ୍କ ବିଶିଷ୍ଟ ପଜିଟିଭ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ପଜିଟିଭି ଚିହ୍ନଟ ହୋଇଛନ୍ତି। କରୋନା ଗ୍ରାଫ ଉପରେ ନଜର ରଖାଯାଇଥିବା କହିଛନ୍ତି । ରାଜ୍ୟରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି, ଟେଷ୍ଟିଂକୁ ୧୦ରୁ ୧୫% ବଢ଼ାଇବାକୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com